
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥାନୀୟ ସୁକୁଣ୍ଡା ଲକ୍ଷ୍ମୀନୃସିଂହ ମନ୍ଦିର ପରିସର ମଧ୍ୟରେ ପଟ୍ଟାରିକ୍ସା ସଂଘର ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦୀର୍ଘ ୨୮ ବର୍ଷ ଧରି ସଂଘଠନକୁ ବଞ୍ଚାଇ ରଖିଥିବା କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦିଆଯିବା ସହ ଯେଉଁ ଶ୍ରମିକମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ପଟ୍ଟାରିକ୍ସା ଚାଳକମାନେ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବିଷୟରେ ଆଲୋଚନା କରାଯିବା ସହ ରାଜ୍ୟ ସରକାର ପଟ୍ଟାରିକ୍ସା ଚାଳକମାନଙ୍କୁ ବୀମା ଭୁକ୍ତ କରିବା ପାଇଁ ଦାବି କରାଯାଇଥିଲା । ଏହା ସହ ରିହାତି ଦରରେ ମଟର ରିକ୍ସା ଯୋଗାଇବା, ପଟ୍ଟାରିକ୍ସା ଚାଳକଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ କରାଯିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭପତି ପୀତବାସ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାସ ମହାରଣା, ଭୋକାଲି ସେଠି, ଜି. ବଳରାମ, ସୁରେନ୍ଦ୍ର ବେହେରା, ବସନ୍ତ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଲାଚେୟା ରାଓ, ନିରଞ୍ଜନ ସାହୁ, ରାଜୁ ଦାସ, ପ୍ରହଲ୍ଲାଦ ସେଠି, ଭିକାରି ସେଠି, କାଳୁ ସାହୁ, ଶ୍ରୀହର୍ଷ ସାହୁ, ବସନ୍ତ ପାତ୍ର, ବୁଦ୍ଧିଆ ସାହୁ, ଗୋବର୍ଦ୍ଧନ ଦାସ, ବୁଡୁ ଲେଙ୍କା, ଦୁର୍ଗା ଦାସ, ନୀଳକଣ୍ଠ ପଣ୍ଡା, ରାଜେନ୍ଦ୍ର ବେହେରା ସମେତ ୨୦୦ ରୁ ଉର୍ଦ୍ଧ ପଟ୍ଟାରିକ୍ସା ଚାଳକ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





