ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ?

ବ୍ରହ୍ମପୁର(ସମୃଦ୍ଧଓଡିଶା) ମତଦାନ ଦିବସରେ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉତ୍ତେଜନା ଥିଲା । ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବାରେ ଦିଗରେ ପୋଲିସ ପ୍ରଶାସନର ନିରପେକ୍ଷତା ଅବଲମ୍ବନ କରିବା କଥା । ଏ ଦିଗରେ ବିଚ୍ୟୁତ ଘଟିଛି, ବୋଲି ସାଧାରଣରେ ଅଭିଯୋଗ ହୋଇଛି । ପୋଲିସ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରି ନଥିବା, ବ୍ରହ୍ମପୁର ପୋଲିସ ପ୍ରଶାସନ ପକ୍ଷରୁ କାହିଁକି ବହିଃ-ପ୍ରାଦେଶିକ ପୋଲିସ ବାହିନୀ ର ମୁତୟନ କରିବା ବ୍ୟବସ୍ଥା କରିନଥିଲେ । ଆଗରୁ ଉତ୍ତେଜନା ପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଥିଲେ ମଧ୍ୟ ବୈଦ୍ୟନାଥପୁର ଥାନା ଅଧୀନସ୍ଥ ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଓ ଆଙ୍କୁଲି, ଗୋଷାଣୀ ନୂଆଗାଁ ଏବଂ ଚିକିଟି ଓ କନିଷି ଆଦି ଅଞ୍ଚଳ ବାହାର ରାଜ୍ୟର ସଶସ୍ତ୍ର ପୋଲିସ ବାହିନୀ ମୁତୟନ ହୋଇନଥିଲା । ଯାହାଫଳରେ କି ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିଲା । କେତେକ ସ୍ଥାନରେ ପୋଲିସ ଉପସ୍ଥିତିରେ ଗଣ୍ଡଗୋଳ ଘଟିଥିବା ବେଳେ ପୋଲିସ କାହିଁକି ନୀରବ ରହିଥିଲା ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏକଥା ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଜଣେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାଶ ପ୍ରଦୀପ ଙ୍କ ଉପରେ କରିଥିବା ଆକ୍ରମଣ କୁ ନେଇ ଚର୍ଚ୍ଚା ଉଠିଛି । ସଂପ୍ରତି ବ୍ରହ୍ମପୁର ପୋଲିସ୍ ଜିଲ୍ଲା ଅଧିନସ୍ଥ ୧୩୨- ଗୋପାଳପୁର ନିର୍ବାଚନୀମଣ୍ଡଳୀରେ କେତେକ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଦେଖାଦେଇଥିଲା । ପାର୍ଟି-ସମର୍ଥକ ଙ୍କ ମଧ୍ୟରେ ସଶସ୍ତ୍ର ଆକ୍ରମଣ ଭଳି ଅଦ୍ଭାବନୀୟ ଘଟଣା ଘଟିଥିବା ଖବର ଆସିଛି । ବିଜେଡି ସମର୍ଥକ କେ. ସନ୍ତୋଷ ଦାସ ଏବଂ ଅନ୍ୟ ଦୁଇ ଜଣ କେଦାର ସାହୁ ଓ ବିକି ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ପ୍ରକାଶ ଥାଉକି, ପ୍ରସିଦ୍ଧ ଶକ୍ତି ପୀଠ ଭୈରବୀ ମନ୍ଦିରରୁ ଫେରୁଥିବା ବେଳେ ବିଜେପି ନେତା ଓ କର୍ମୀ ବିଜେଡ଼ି କର୍ମୀ ଙ୍କୁ ଅଟକାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମାରଣାସ୍ତ୍ରରେ ବିଜେଡ଼ି ସମର୍ଥକଙ୍କ ଉପରେ ଆକ୍ରମଣ ଘଟାଇଥିବା ଅଭିଯୋଗ ହୋଇଛି । ପୋଲିସ ଅପରାଧୀ ଙ୍କୁ ବୁଲୁଥିବାର ଦେଖି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଏକ ବିଡ଼ମ୍ବନାର ବିଷୟ ହୋଇଛି, ଯାହା ସାଧାରଣରେ ଚର୍ଚ୍ଚା ହୋଇଛି । ଏହାକୁ ନେଇ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ଘଟିଛି ବୋଲି ସାଧାରଣରେ କୁହାଯାଇଛି ।

ରିପୋର୍ଟ : ନିମାଇଁ ପଣ୍ଡା