

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟରେ ୭୨ତମ ବନ ମହୋତ୍ସବ ଗୁରୁବାର ଦିନ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କିର୍ତିଭାସନ୍ ଯୋଗ ଦେଇଥିଲେ । ପ୍ରଥମେ ଚାରା ବଣ୍ଟନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବନବିଭାଗ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଚାରା ରୋପଣ କରାଯାଇଥିଲା । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଉତ୍ସବ ପାଳନ ହୋଇଥିଲା । ଏହି ଉତ୍ସବରେ ବିଜୁ ପଟ୍ଟନାୟକ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ପାଇଁ ହଜପଲ୍ଲି ବନସୁରକ୍ଷା ସମିତି, ଛତ୍ରପୁର ଉପଖଣ୍ଡ ନିମନ୍ତେ କମାରସିଂ ବନ ସୁରକ୍ଷା ସମିତି ଏବଂ ବ୍ରହ୍ମପୁର ଉପଖଣ୍ଡ ନିମନ୍ତେ ଜିନିଗୁଡା ବନ ସୁରକ୍ଷା ସମିତି ମାନଙ୍କୁ ମୁଖ୍ୟ ଅତିଥିଙ୍କ ଠାରୁ ୨୦,୦୦୦ଟଙ୍କାର ଚେକ୍ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଅଶୋକ କୁମାର ବେହେରା ସହକାରୀ ବନ ସଂରକ୍ଷକ ବ୍ରହ୍ମପୁର ଧନ୍ୟବାଦ୍ ଅର୍ପଣ କରିଥିଲେ ।