

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋସାଇଁନୂଆଗାଁ ସ୍ଥିତ ରାଜୁଧୋବା ସାହିକୁ ବର୍ଷା ହେଉଥିବା ସତ୍ତ୍ଵେ ବ୍ରହ୍ମପୁରର ବିଜେଡି ବିଧାୟକ ବିକ୍ରମ କୁମାର ପଣ୍ଡା ଗସ୍ତ କରି ବୁଲି ବୁଲି ଲୋକଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରି ଯେଉଁ ସବୁ ମୌଳିକ ସମସ୍ୟା ରହିଅଛି ତାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି । ଲୋକଙ୍କ ପାଖରେ ଅଚାନକ ଭାବେ ପହଞ୍ଚି ସମସ୍ୟା ବିଷୟରେ ଆଲୋଚନା କରିଥିବା ହେତୁ ଲୋକଙ୍କ ମନ ଭିତରେ ବିଶ୍ୱାସ ଜାଗ୍ରତ ହୋଇଉଠିଥିବା ଜଣାପଡିଛି । ଏହାସହ ସାହିବାସିନ୍ଦାଙ୍କର ମନ ଭିତରେ ବହୁ ଖୁସିର ଲହରୀ ଖେଳି ଯାଇଥିବା ଦେଖିବାକୁ ମିଳିଛି । ସେହି ଖୁସିରେ ସାହିବାସିନ୍ଦା କହିଥିଲେ ଯେ ଜନପ୍ରତିନିଧି ଏମିତି ମଧ୍ୟ ଅଛନ୍ତି ଏହା ପ୍ରଥମ ଥର ପାଇଁ ଆମ୍ଭେମାନେ ଅନୁଭବ କରୁଅଛୁ ଏହା କହିବା ପରେ ଜୟ ବିଜେଡି, ଜୟ ନବୀନ, ଜୟ ବ୍ରହ୍ମପୁର ବିଧାୟକ ବୋଲି କହିଥିଲେ ।
ରିପୋର୍ଟ : ଆମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

