

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ବିକ୍ରମ ପଣ୍ଡା ବିଜୟ ହୋଇଛନ୍ତି । ବିଜୟୀ ହାସଲ କରିଥିବା ଖବର ପାଇ ତାଙ୍କ କର୍ମୀ, ନେତା ଓ ସମର୍ଥକଙ୍କ ସହ ବିଜୟୀ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁର ବିଧାୟକ ଡା. ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ଭଗବାନ ଗନ୍ତାୟତ ପ୍ରମୁଖ ବିକ୍ରମଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଗତକାଲି ସନ୍ଧ୍ୟାରେ ସାଂସଦ ଭାବେ ବିଜୟୀ ହୋଇଥିବା ଚନ୍ଦ୍ରଶେଖର ସାହୁ ବିକ୍ରମ ପଣ୍ଡାଙ୍କ ବାସଭବନରେ ପହଞ୍ଚି ଥିଲେ ସେଠାରେ ଦୁହିଁଙ୍କୁ ସ୍ୱାଗତ କରିଥିଲେ ଦଳୀୟ କର୍ମୀମାନେ । ମହାନଗର ଯୁବସଭାପତି ମୁକୁନ୍ଦ ଗୌଡ଼, ଉପସଭାପତି ଆର.ମୁରଲୀ ମୋହନ, ଯୁବନେତା ବି.ବାଲାଜୀ ରେଡ୍ଡୀ, ଉଲ୍ଲା ସାହୁ, ରବି ସାହୁ, ଏମ.ମଧୁ, ଚନ୍ଦ୍ରଶେଖର ଗୌଡ଼, ଆଦିତ୍ୟ ପଟ୍ଟନାୟକ, ଜାମୁଲା ଶ୍ରୀନିବାସ, ଜାମୁଲା ଶଙ୍କର ନାରାୟଣ, ବି. ଶ୍ରୀନିବାସ ରାଓ, ବି.ପୁଷ୍ପାବତୀ, ଟି.ତ୍ରିପତି ପାତ୍ର, ଟି. ଗୋପି, ତୁମ୍ବନାଥ ପଣ୍ଡା, ମଦନ ଦଳାଇ, ତାପସ କୁମାର ସାହୁ, ନଳିନୀ ଦେବଦର୍ଶୀ, ସୁଦର୍ଶନ ମହାଙ୍କୁଡ, ମୁନା ଜେନା, ମମତା ବିେଷାୟୀ, ଜ୍ୟୋସ୍ନା ପାଢ଼ୀ, ଲକ୍ଷ୍ମୀପ୍ରିୟା ପାଢ଼ୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ବିଜୟ ଉତ୍ସବ ପାଳନରେ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

