

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ଆଉ କିଛି ଦିନ ରହିଥିବା ବେଳେ ବ୍ରହ୍ମପୁର ବିଧାନସଭା ଆସନ ପ୍ରାର୍ଥୀ ବିକ୍ରମଙ୍କ ଜୋରଦାର ପ୍ରଚାର ଚାଲିଛି । ଗତ ସୋମବାର ଚତୁର୍ଥ ଦିନରେ ୨୪ ନଂ ୱାର୍ଡ଼ ଅଂଚଳରେ ବିକ୍ରମ ପଣ୍ଡା ପ୍ରଚାର କରିବା ଦେଖିବାକୁ ମିଳିଥିଲା । ବିକ୍ରମଙ୍କ ପ୍ରଚାର କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବିଡ଼ିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଜଣାପଡ଼ିଛି । ପ୍ରଥମେ ସକାଳେ ବିଜିପୁର ସ୍ଥିତ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା କରି ଏକ ବିରାଟ ପଟୁଆରରେ ବାହାରି ଗୋସାଇଁନୁଆଗାଁ, ଶାସ୍ତ୍ରୀନଗର ଆଦି ୱାର୍ଡ଼ର ବିଭିନ୍ନ ଅଂଚଳରେ ପ୍ରଚାର କରିବା ସହ ଜନସାଧାରଣଙ୍କୁ ଭୋଟ ପାଇଁ ନିବେଦନ କରିଥିଲେ । ପ୍ରଚାର ବେଳେ ୨୪ ନଂ ୱାର୍ଡ଼ର ପୂର୍ବତନ କର୍ପୋରେଟର ତଥା ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ସଂଘମିତ୍ରା ଦଳେଇ,ବରିଷ୍ଠ ବିଜେଡ଼ି ନେତା ଭୀମ ଦଳେଇ, କାହ୍ନୁ ପାତ୍ର, ଶିବା ରାଓ, ମଞ୍ଜୁଳା ଦେବୀ, ଲକ୍ଷ୍ମୀପ୍ରିୟା ପାଢ଼ୀଙ୍କ ସମେତ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଓ କର୍ମକର୍ତ୍ତା ସାମିଲ୍ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



