ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଖଲ୍ଲିକୋଟ କଲେଜ ଛାତ୍ରଙ୍କ ସମର୍ଥନ ଓଡ଼ିଶା ଡେଭଲପମେଣ୍ଟ ଫୋରମ ଏବଂ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ, ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଜନଜାଗରଣ କରିବା ଓ ସରକାରଙ୍କୁ ଜାଗ୍ରତ କରିବା ପାଇଁ ଖଲ୍ଲିକୋଟ କଲେଜ ସାମ୍ନାରେ ଆଜି ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ହୋଇଥିବା ସଭାରେ ବିପୁଳ ମାତ୍ରାରେ ଛାତ୍ର ସମାଜର ସମର୍ଥନ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡେଭଲପମେଣ୍ଟ୍ ଫୋରମ୍ ର ବରିଷ୍ଠ ସଦସ୍ୟ ଭି.ସୋମେଶ୍ୱର ରାଓ, ପ୍ରୀତିସ୍ ପାଣିଗ୍ରାହୀ, ବନମାଳୀ ଅଜୟ, ବହୁମୂଖୀ ସମାଜ ମଙ୍ଗଳ କେନ୍ଦ୍ରର ମାନସ ପାତ୍ର, ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ସରୋଜ ପଟ୍ଟନାୟକ, ବିଶ୍ଵଦେବ ମହାରଣା, କେ.ଧର୍ମା ରାଓ, ନେହାଲ ରାଜୁ, ଗୌରବ ପୃଷ୍ଟି, ଭି.ନିତିନ କୁମାର, ୟସ୍ ବନ୍ତ୍, ଅଶୋକ କୁମାର, ଲୋକନାଥ ଆଚାର୍ଯ୍ୟ, ନିରଞ୍ଜନ ଗୌଡ, ଡି.ଜଗନ୍ନାଥ ରାଓ, ସିଏଚ. ହରି ପାତ୍ର, ଏ. ରମେଶ ପାତ୍ର, ୱାଇ. ନାରାୟଣ, ନିରଞ୍ଜନ ନାୟକ, ଟି.ସୋମେଶ୍ୱର ରାଓ, ଟି.ଜୟ ଲକ୍ଷ୍ମୀ, ଇ.ତିରୁପତି ପାତ୍ର, ଏ.ଅଶୋକ ପାତ୍ର, ଏସ.ବଦ୍ରି ନାରାୟଣ, ଏ.କିଶୋର ପାତ୍ର, ବସନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ସୂଚନା ଅନୁଯାୟୀ ୟୁଡ଼ିଡ଼ିଏନ(UDDAN) ଯୋଜନା ଅନ୍ତର୍ଗତ ରାଉରେକଲା (ଯାହା ଝାରସୁଗୁଡା ବିମାନ ବନ୍ଦର ଠାରୁ ମାତ୍ର ୯୮କିମି ଦୂରେର ଅବସ୍ଥିତ), ପୁରୀ ଯାହା ଭୁବନେଶ୍ଵର ଠାରୁ ମାତ୍ର ୫୯ କିମି ଦୂରରେ ଅବସ୍ଥିତ, ରାଉରେକଲା, ପାରାଦ୍ୱୀପ, ଜୟପୁର ଭଳି ଛୋଟ ଛୋଟ ସହରରେ ସରକାର ବିମାନ ବନ୍ଦର ପ୍ରତିଷ୍ଠା କରୁଛନ୍ତି, କିନ୍ତୁ ବ୍ରହ୍ମପୁର ମହାନଗର ଯାହା ଓଡିଶାର ଦ୍ଵିତୀୟ ବୃହତ୍ତମ ସହରୀ କ୍ଲଷ୍ଟର ଏବଂ ଭାରତର ପୂର୍ବ ଉପକୂଳର ଏକ ଉଦୀୟମାନ ସହର, ଭୁବନେଶ୍ଵର ଓ ବିଶାଖାପାଟଣା ଠାରୁ ପ୍ରାୟ ୧୮୦ ଓ ୨୬୦ କିମି ଦୂରରେ ଅବସ୍ଥିତ ଓ ଦୁଇଟି ବିଶ୍ଵବିଦ୍ୟାଳୟ, ଆଇଆଇଏସଇଆର(IISER), ଆର୍ମି ଏଇରଡିଫେନ୍ସସି(Airdefence) କଲେଜ, ନେଭାଲ୍ ଏକାଡେମି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ, ଗୋପାଳପୁର ବନ୍ଦର, ବେଳାଭୂମି, ତାରାତାରିଣୀ ଶକ୍ତିପୀଠ, ଚିଲିକା ଭଳି ଲୋଇପ୍ରିୟ ପର୍ଯ୍ୟଟନ ସ୍ଥଳୀ ରହିଛି । ସେଠି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କେନ୍ଦ୍ର ବିମାନ ଚଳାଚଳ ବିଭାଗ ଏବଂ ଓଡିଶା ସରକାର ମିଳିତ ଭାବେ ପାତର ଅନ୍ତର ନିତି ଅବଲମ୍ବନ କରୁଥିବାରୁ ସମଗ୍ର ଗଞ୍ଜାମ ଜିଲ୍ଲାରେ ଗଭୀର ଜନ ଅସନ୍ତୋଷ ଦେଖାଦେଇଛି । ତେଣୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ସଭାପତି ରାମ ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ଗତ ଆଠ ମାସ ଧରି ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ, ସଭା, ବାଇକ ରାଲି, ଜନ ସଚେତନତା ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସହରରେ ପଦଯାତ୍ରା ମାଧ୍ୟମରେ ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠାକୁ ତ୍ବରାନ୍ବିତ କରିବା ଓ ସରକାରି ଅବେହଳାରୁ ଜିଲ୍ଲାକୁ ମୁକ୍ତ କରିବା ଲକ୍ଷରେ ଫୋରମ ପକ୍ଷରୁ ଏହି ସବୁ ପଦକ୍ଷପ ନିଆଯାଉଥିବା ଜଣାଯାଇଛି ।