

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ପାୟଲ ସିନେମା ହଲ ପାଖ ସାଇଚନ୍ଦନ କଲ୍ୟାଣ ମଣ୍ଡପ ଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୯୦ ରୁ ୧୯୯୨ ମସିହା ଭିତରେ ଥିବା କାର୍ଯ୍ୟରତ ପ୍ରଫେସରମାନଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଇଥିଲା । ରାଜୀବ ପ୍ରଧାନ, ଅକ୍ଷୟ କୁମାର ପଟ୍ଟନାୟକ, ବିଷ୍ଣୁମନୁ ନାୟକ ଏବଂ ଏ. ଦୁର୍ଯ୍ୟୋଧନ ମିଳିତ ହୋଇ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ପ୍ରଫେସର ହରିହର ଦାସ ଏବଂ ତାଙ୍କର ଧର୍ମପତ୍ନୀ, ପ୍ରଫେସର ବିଷ୍ଣୁଚନ୍ଦ୍ର ଚୌଧୁରୀ, ପ୍ରଫେସର ଜୟନ୍ତ ମହାପାତ୍ର ଏବଂ ତାଙ୍କ ଧର୍ମପତ୍ନୀ, ପ୍ରଫେସର ଅମୀୟ ସାର, ଏବଂ ତାଙ୍କ ଧର୍ମ ପତ୍ନୀ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇ ଥିଲେ । ସମସ୍ତେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ ଏବଂ ନିଜ ବିଷୟରେ ତଥା ନିଜର ନିଯୁକ୍ତି ବିଷୟରେ ସଂକ୍ଷେପରେ କିଛି କିଛି କହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
