
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପାଞ୍ଚ ବର୍ଷିୟ ଆଇନ ପାଠ୍ୟକ୍ରମର ଅନ୍ତିମ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା ସେଥିରେ ଗଞ୍ଜାମ ଆଇନ ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ର ସସିତ କୁମାର ସାହୁ ସର୍ବ ମୋଟ ୬୦୦୦ ମାର୍କରୁ ୪୦୨୦ ମାର୍କ ରଖି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଛନ୍ତି । ସସିତ ସାହୁ ଛତ୍ରପୁର NAC ସ୍ଥିତ ଷ୍ଟେସନ ରୋଡର ଆଇନଜୀବୀ ସନ୍ତୋଷ କୁମାର ସାହୁଙ୍କ ପୁତ୍ର । ସସିତ ସାହୁ ଜଣେ ମେଧାବି ଛାତ୍ର ଥିଲେ । ସେ ଆଗରୁ ବହୁ ଜାତୀୟ ଏବଂ ରାଜ୍ୟ ସ୍ତର ପ୍ରତିଯୋଗୀତା ଭାଗ ନେଇ ସଫଳତା ହାସଲ କରିଥିଲେ । ସସିତ ସାହୁ ଗଞ୍ଜାମ ଆଇନ ମହବଦ୍ୟାଳୟ ଏବଂ ବ୍ରହ୍ମପୁରର ବିଭିନ୍ନ ଅନୁଷ୍ଠାନ ରେ ଆଇନ ସମ୍ପର୍କୟ ବହୁ କର୍ଯ୍ୟକ୍ରମ ସମ୍ପାଦନାରେ ମୁଖ୍ୟ ଭୂମିକାରେ ରହୁଥିଲେ । ସେ ନିଜର ସଫଳତା ପାଇଁ ନିଜର ବାପା, ମା, ଶିକ୍ଷକ ଏବଂ ସବୁ ବନ୍ଧୁକୁ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା