

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଦ୍ୟାଳୟର ୧୯୮୫-୮୭ ବର୍ଷ ଇତିହାସ ବିଭାଗରେ ଅଧ୍ୟୟନ କରୁଥିବା ପୂର୍ବତନ ଛାତ୍ରଛାତ୍ରୀଙ୍କ ଆଲୁମିନ ମିଟ ଗୋପାଳପୁର ସ୍ଥିତ ହୋଟେଲ ସି ସାଇଡ଼ ବ୍ରିଜ ପରିସରରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡ଼ଃ. ଶଙ୍କର ମାଝୀ ଅଧ୍ୟାଷଣ କରିବା ସହ ଦିର୍ଘ ୩୩ ବର୍ଷ ପରେ ପୁଣି ଠାରେ ସମସ୍ତ ସହପାଠୀ ଏକଜୁଟ ହୋଇ ପୁରୁଣା ସ୍କୃତିକୁ ଦୋହରାଇବା ସହ ଭାବର ଆଦାନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ରାଜୁ ସେନାପତି, ବାଣୀ ପଟ୍ଟନାୟକ, କ୍ରିଷ୍ଣା ପଣ୍ଡା, ସସ୍ମିତା ପଟ୍ଟନାୟକ, ନମିତା ପଣ୍ଡା, ଅଶୋକ ଦାସ, ମାନସ ନାୟକ, ରମେଶ ପଣ୍ଡା, ସୁପ୍ରଭା ବେହେରା, ଉମ ଶଙ୍କର ମହାରଣା, ହିମାଂଶୁ ଦତ୍ତ, ନରସିଂହ ପତ୍ତନୟକ, ପ୍ରକାଶ ମହାପାତ୍ର, ଆକୁଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
