

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କାରାଗାର ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ବ୍ରହ୍ମପୁର ମଣ୍ଡଳ କାରାଗାର ପରିଦର୍ଶନ କରି ଫେରି ଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ କାରାଗାର ପରିସରରେ ଅନ୍ତେବାସୀମାନଙ୍କ ପାଇଁ ୧.୪୩ କୋଟିରେ ବ୍ୟୟରେ ନିର୍ମିତ ହୋଇଥିବା ୩୦ ଶର୍ଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନା କୋଠା ଗୃହର ଉଦଘାଟନ କରିବା ସହ ପରିସର ଭିତରେ ବିଭିନ୍ନ ୱାର୍ଡ ସେ ବୁଲି ଦେଖିଥିଲେ ଓ ଏହାସହ ଅନ୍ତେବାସୀଙ୍କ ପକ୍ଷରୁ ନିର୍ମିତ ହେଉଥିବା ବିଭିନ୍ନ କୁଟୀରଶିଲ୍ପ ବୁଲି ଦେଖିଥିଲେ । ଏଥିସହ ଜେଲ ପରିସର ଭିତରେ ୧.୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଫୁଡ ପ୍ରୋସେସିଂ ୟୁନିଟ ଓ ପାଉଁଶ ଇଟା ପ୍ରସ୍ତୁତ ୟୁନିଟ ତିଆରି ଚାଲିଛି ଓ ସେଥିରେ ଅନ୍ତେବାସୀମାନେ କାମ କରିବେ । ଜେଲ କୋଠା ଘର ପୁରୁଣା ହୋଇଯାଇଥିବାରୁ ତାହାର ମରାମତି ପ୍ରର୍ଯ୍ୟାୟକ୍ରମେ କରାଯିବ ଏବଂ ଏଥିସହ ପରିମଳ ଉପରେ ଗୁରୁତ୍ୱ ଦିଆଯିବ, ମୋବାଇଲ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ପାଇଁ ନୂଆ ଯନ୍ତ୍ରପାତି ସ୍ଥାପନ କରାଯିବ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜେଲ ଡ଼ିଆଇଜି ରଘୁନାଥ ମାଝୀ, ଜେଲ ସୁପରିଟେଣ୍ଡେଟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

