
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗରର ଉପସଭାପତି ଭାବେ ସମାଜସେବୀ ତଥା ବିଜେଡି ନେତା ଉଦୟ କୁମାର ବେହେରା ଚୟନ ହୋଇଛନ୍ତି । ଏଥିପାଇଁ ସେ ପ୍ରଥମେ ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ମହାନଗରର ସଭାପତି ବିଜୟ କୁମାର ସାମଲଙ୍କୁ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି । ନୂତନ ଦାୟିତ୍ୱ ପାଇଥିବାରୁ ୧୮ନଂ ୱାର୍ଡ ସଭାପତି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିବା ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା