

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ସ୍ଥିତ ୬୩ ନଂ. ବୁଥରେ ସାନି ମତଦାନ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଗତ ୧୧ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ବ୍ରହ୍ମପୁର ସିଟି ହାଇସ୍କୁଲ ସ୍ଥିତ ୬୩ନଂ ବୁଥରେ ଭୋଟରଙ୍କ ଠାରୁ ଅଧିକ ମତଦାନ ହୋଇଥିବା ଭିଭିଏମ ହିସାବରେ ଜଣାପଡିଥିଲା । ଯଦ୍ୱାରା ପ୍ରିଜାଇଡ଼ିଂ ଅଫିସରଙ୍କ ପକ୍ଷରୁ ଘଟଣାକୁ ନେଇ ରିଟର୍ଣ୍ଣିଙ୍ଗ ଅଫିସରଙ୍କୁ ଅବଗତ କରାଯିବା ପରେ ପରବର୍ତ୍ତୀ ସମୟରେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଏ ନେଇ ସୂଚନା ଦିଆଯାଇଥିଲା । ଏହି ସୂଚନା କ୍ରମେ ନିର୍ବାଚନ ଅଧିକାରୀ ମତଦାନ ତ୍ରୁଟି ନେଇ ଅନୁସନ୍ଧାନ ପରେ ଗତକାଲି ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ କ୍ରମରେ ଗତକାଲି କଡା ସୁରକ୍ଷା ମଧ୍ୟରେ ସିଟି ହାଇସ୍କୁଲ ସ୍ଥିତ ୬୩ନଂ ବୁଥରେ ସାନି ମତଦାନ ଅନୁଷ୍ଠିତ ହୋଇଯାଇଛି । ଏହି ମତଦାନରେ ୯୯୬ ଜଣ ଭୋଟର ରହିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୫୨୮ ଜଣ ମତଦାନ କରିଥିବା ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସୂଚନା ମିଳିଛି । ଏଥିରେ ୨୭୮ ଜଣ ପୁରୁଷ ଓ ୨୬୧ଜଣ ମହିଳା ଭୋଟର ମତଦାନ କରିଥିବା ଜଣାପଡ଼ିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
