
ବ୍ରହ୍ମପୁର(ସମୃଦ୍ଧ ଓଡିଶା)ସ୍ଥାନୀୟ ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷା କବିତା ପଟ୍ଟନାୟକ ଆଜି ଶନିବାର ମେ ୨୮ ଭୋର ୫ ଟାରେ ହାଇଦ୍ରାବାଦ ଠାରେ ପରଲୋକ ଗମନ କରିଛନ୍ତି। ତାଙ୍କୁ ୬ ୮ ବର୍ଷ ବୟସ ହୋଇଥିଲା. ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ଲଷ୍ମୀକାନ୍ତ ପଟ୍ଟନାୟକ ଅବସରପ୍ରାପ୍ତ ଅଧ୍ୟକ୍ଷ ଖଲ୍ଲିକୋଟ କଲେଜ ବ୍ରହ୍ମପୁର, ପୁତ୍ର ଓ ପୁତ୍ର ବଧୂ ଉପସ୍ଥିତ ଥିଲେ।ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ.4 ମାର୍ଚ୍ଚ 1955 ରେ ଜନ୍ମ ଗ୍ରହଣ କରିଥିବା କବିତା ଭୁବନେଶ୍ୱର ବି ଜେ ବି କଲେଜ ରୁ ଦର୍ଶନ ଶାସ୍ତ୍ର ଅନର୍ସ ରେ ଡିଷ୍ଟିଙ୍କସନ ସହ ଉତୀର୍ଣ ହୋଇ ଉତ୍କଳ ବିଶ୍ୱ ବିଦ୍ୟାଳୟ ରୁ 1976 ରେ ପ୍ରଥମ ଶ୍ରେଣୀରେ ଦର୍ଶନ ଶାସ୍ତ୍ର ରେ ଏମ ଏ ପାସ କରିଥିଲେ।1976 ମସିହା ରେ ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ରେ ଅଧ୍ୟାପିକା ଭାବେ ଚାକିରୀ ଆରମ୍ଭ କରି 1991 ରେ ରିଡର ଭାବେ ଫୁଲବାଣୀ ସରକାରୀ କଲେଜକୁ ବଦଳି ହୋଇଥିଲେ.1998 ରେ ପୁନର୍ବାର ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟକୁ ବଦଳି ହୋଇଥିଲେ ଓ ସେହି କଲେଜର ଅଧ୍ୟକ୍ଷା ଭାବେ 2013 ରେ ଚାକିରୀ ରୁ ଅବସର ଗ୍ରହଣ କରିଥିଲେ.କବିତା ପଟ୍ଟନାୟକ ଶ୍ରୀଟାୱାର୍ସ ବ୍ରହ୍ମପୁର ସ୍ଥିତ ତାଙ୍କର ଆପାର୍ଟମେଣ୍ଟ ରେ ରହୁଥିଲେ ଓ କିଛି ଦିନ ହେଲା ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନକୁ ଯାଇଥିଲେ।ତାଙ୍କ ମୃତ୍ୟୁ ରେ ବହୁ ଶିକ୍ଷାବିତ ଗଭୀର ଶୋକ ପ୍ରକାଶ କରିଛନ୍ତି।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା