


ବ୍ରହ୍ମପୁର(ସମୃଦ୍ଧଓଡିଶା)ବ୍ରହ୍ମପୁର ଶଶୀ ଭୂଷଣ ରଥ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ଭୋଟର ତାଲିକା ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ସ୍ଵତନ୍ତ୍ର ଭୋଟର ତାଲିକା ପଞ୍ଜୀକରଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀର ଯୋଗ ଦେଇ ଛାତ୍ରୀମାନଙ୍କୁ କିପରି ଭୋଟର ତାଲିକାରେ ପଞ୍ଜୀକରଣ କରିବେ ତାହା ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୨୫୦ ରୁ ଅଧିକ ଛାତ୍ରୀ ଯୋଗ ଦେଇ ଭୋଟର ଆପ ଦ୍ଵାରା ପଞ୍ଜିକରଣ କରିଥିଲେ I ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶ୍ରୀ ସୁବ୍ରତ ରାମ ଭିରାମ ଶତପଥିଙ୍କ ସହିତ ଏକ ସ୍ବତନ୍ତ୍ର ଟେକ୍ନିକାଲ ଟିମ୍ ମହାବିଦ୍ୟାଳୟକୁ ଯାଇ ଭୋଟର ହେଲ୍ପ ଲାଇନ୍ ଆପ ଦ୍ଵାରା କିପରି ତାଙ୍କର ନାମ ପଞ୍ଜିକରଣ କରିପାରିବେ ତାହା ଉପରେ ପ୍ରଶିକ୍ଷଣ ଦେଇଥିଲେ l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଛାତ୍ରୀ ଯୋଗ ଦେଇ କିପରି ଭୋଟର ଆପ ଦ୍ଵାରା ପଞ୍ଜିକରଣ କରିପାରିବେ ତାହା ଉପରେ ଗୁରୁତ୍ଵ ଦିଆଯାଇଥିଲା l ଏହି ପଞ୍ଜିକରଣ ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ଶତପଥି ଓ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ I
ରିପୋର୍ଟ : ନିମାଇଁ ପଣ୍ଡା