ବ୍ରହ୍ମପୁର ଷ୍ଟାଡିୟମରେ ଜିଲ୍ଲା ଯୁବ ମହୋତ୍ସବ ଉଦଯାପିତ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଷ୍ଟାଡିୟମରେ ଅନୁଷ୍ଠିତ ଗଞ୍ଜାମଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଗତକାଲି ସନ୍ଧ୍ୟାରେ ଉଦଯାପିତ ହୋଇଛି । କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଲୋକଗୀତ ପ୍ରତିଯୋଗିତାରେ ବ୍ରହ୍ମପୁର ନୁପୂର ଅନୁଷ୍ଠାନର ସୁଶ୍ରୀ ସୁଚରିତା ମହାନ୍ତିଙ୍କ ଦଳ, ବଂଶୀବାଦନରେ ବ୍ରହ୍ମପୁରର ଡି.ଜାହ୍ନବୀ ରାମ ଆଚାର୍ଯ୍ୟ, ହିନ୍ଦୁସ୍ତାନୀ ଭୋକଲର ବ୍ରହ୍ମପୁରର ଚନ୍ଦନ ଆଚାର୍ଯ୍ୟ, ତାବଲାରେ ଛତ୍ରପୁରର ତପନ ପଢିଆରି, ହାରମୋନିୟମରେ ଚାତ୍ରପୁରର ଗୋପାଳକୃଷ୍ଣ ନାହାକ ଭାରତନାଟ୍ୟମରେ ଭାଟକୁମରଡାର ରାଧାଶ୍ୟାମ ତରେଇ, ଲୋକ ନୃତ୍ୟରେ ଦିଗପହଣ୍ଡିର ଆଲୋକ ବିଶୋୟୀଙ୍କ ଦଳ, କୁଚିପୁଡ଼ିରେ ବ୍ରହ୍ମପୁରର ମୋନାଲି ଦାଶ, କର୍ଣ୍ଣାଟକି ଭୋକାଲରେ ଭି.କାମେଶ୍ୱର ଅଭିନାଥ, ମୃଦଙ୍ଗ ବାଦନରେ ବିଞ୍ଛଣାପଲ୍ଲୀର ଶ୍ୟାମଘନ ବେହେରା, ଏଲୋକେସନରେ ସୌମ୍ୟ ପଟ୍ଟନାୟକ. ଏକାଙ୍କିକରେ ବ୍ରହ୍ମପୁର ଆରିହନ୍ତ କନିଷ୍ଠ ମହାବିଦ୍ୟାଳୟ, ଗିଟାର ବାଦନରେ ବ୍ରହ୍ମପୁରର କାଳୁଚରଣ ବେହେରା, ଓଡିଶୀ ନୃତ୍ୟରେ ଆକାଂକ୍ଷା ମିଶ୍ର, କଥକରେ ପ୍ରିୟଦର୍ଶିନୀ ଦାସ ଯଥାକ୍ରମେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏଥିସହ ଏହି ପ୍ରତିଯୋଗୀମାନେ ଯାଜପୁରରେ ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଯୁବ ଉତ୍ସବରେ ଯୋଗ ଦେବାପାଇଁ ମନୋନୀତ ହୋଇଛନ୍ତି । ଅତିଥି ଭାଇବି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଯୁବ ନେତା ବିକ୍ରମ ପଣ୍ଡା, ଚାତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଏନଏସଏସ ଅଧିକାରୀ ଡ. ସତୀଶ ପ୍ରସାଦ ନାୟକ, ବରିଷ୍ଠ ଆଇନଜୀବୀ ପ୍ରଫୁଲ ଜଗନ୍ନାଥ ପାଢ଼ୀ, ସମାଜସେବୀ ପ୍ରଫୁଲ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ପର୍ଯ୍ୟଟନ ଭାରତ ସମ୍ପାଦକ ନାରାୟଣ ମହାଙ୍କୁଡ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷକ ଵୃଷକେତୁ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷକ କେଦାର ଚୌଧୁରୀ, ପ୍ରଶିକ୍ଷକ କାଜଲ ସାହୁଙ୍କ ସହ ଅନ୍ୟ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ । ଏଥିପୂର୍ବରୁ ଗତକାଲି ସକାଳେ ବ୍ରହ୍ମପୁର ଷ୍ଟାଡିୟମ ପରିସରରେ ଜିଲ୍ଲା ସଂସ୍କୃତି ବିଭାଗପକ୍ଷରୁ ୨୪ତମ ଜିଲ୍ଲା ଯୁବ ମହୋତ୍ସଵ ଉଦଘାଟିତ ହୋଇଥିଲା । ଏହାକୁ ବ୍ରହ୍ମପୁର ସାଂସଦ ତଥା ରାଜ୍ୟର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଏଥିରେ ବ୍ରହ୍ମପୁର ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୋଲସରା ଶ୍ରୀକାନ୍ତ ସାହୁ, ଗଞ୍ଜାମଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାଷ ବେହେରା, ବ୍ରହ୍ମପୁର ବିଡିଏ  ଅଧ୍ୟକ୍ଷ ସୁବାଷ ମହାରଣାଙ୍କ ସମେତ ଜିଲ୍ଲାର ବହୁ ମାନ୍ୟଗଣ ବ୍ୟକ୍ତି, ସରକାରୀ ପଦାଧିକାରୀ, କଳାକାରମାନେ ଯୋଗଦେଇ କାର୍ଯ୍ୟକ୍ରମର ଉପଭୋଗ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା