

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ଭିନ୍ନ ଢଙ୍ଗରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଛି । ସଂସ୍ଥା ପକ୍ଷରୁ ଅଯଥା ବାଣ ନ ଫୁଟାଇ ସେହି ଟଙ୍କା ସହରର ପଶୁ ଡାକ୍ତରଖାନାରେ ଉପଶମ ହେଉଥିବା ବିକଳାଙ୍ଗ, ନିସ୍ପେଶିତ ଗାଇ, ବାଛୁରୀ ଓ ଷଣ୍ଢଙ୍କୁ ଗୋ ଖାଦ୍ୟ ଦିଆ ଯାଇଥିଲା ଓ ସେବା ନିମନ୍ତେ ଔଷଧ ଦିଆଯାଇଥିଲା । ସେହିଭଳି ମଦନମୋହନପୁର ସ୍ଥିତ ନବ ଜୀବନ ଆଶ୍ରମ ପରିସରରେ ଅନାଥ ଶିଶୁ ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା । ତତ୍ ସଙ୍ଗେ ସଙ୍ଗେ ଶୀତ ବସ୍ତ୍ର ବଣ୍ଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏମ୍ ଦିଲ୍ଲିପ କୁମାର, କୋଷାଧକ୍ଷ ଦିପକ ପାତ୍ର, ଆଞ୍ଚଳିକ ଵିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝୀ, ଗଣେଷ ପାଣିଗ୍ରାହୀ, ସତ୍ୟ ନାରୟଣ ଦାସ, ବିଷ୍ଣୁ ଦାସ, ଆଶ୍ରିତ ସରାଫ୍, ପ୍ରକାଶ କୁମାର, କେ. କବିତା, କୃଷ୍ଣ ଚନ୍ଦ୍ର ସାହୁ, ପ୍ରବୀଣ ନାୟକ, ପି. ବିନୋଦ ପ୍ରମୁଖ, ନିତ୍ୟ ଗୋପାଳ ମହାରାଜ, ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


