




ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ସରକାରୀ ଆଇ.ଟି.ଆଇରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭେବ ଆଇ.ଟି.ଆଇର ଅଧ୍ୟକ୍ଷ ଡ଼ଃ. ରଜତ କୁମାର ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକୁ ଆରମ୍ଭ କରିବା ସହ ସମସ୍ତ କ୍ରୀଡା ପ୍ରତିଯୋଗୀମାନଙ୍କୁ ଶୁବେର୍ଚ୍ଛା ଜଣାଇଥିଲେ । ୩ ଦିନ ଧରି ଚାଲିବ ଏହି କ୍ରୀଡା କାର୍ଯ୍ୟକ୍ରମ । ପ୍ରଥମ ଦିନରେ ଭଲିବଲ ଓ କବାଡି ଦୁଇଟି ଖେଳ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଆଇ.ଟି.ଆଇର ସମସ୍ତ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା