ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରକୁ ୪ ଦିନ ସଟ୍ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ । ଆସନ୍ତା ୨୭, ୨୮, ୨୯ ଓ ୩୦ ତାରିଖ ପୂରା ସହର ସଟ୍ଡାଉନ୍ ଘୋଷଣା କରାଯାଇଛି । ବୁଧବାର ଦିନ ବ୍ରହ୍ମପୁର ଟାଉନ୍ ଖୋଲାଯିବ । କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାପାଳ ବିଜୟ ଅମୃତ କଲାଙ୍ଗେ ଏପରି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି । ସଟ୍ଡାଉନ୍ ସମୟରେ ବ୍ରହ୍ମପୁର ସହରରେ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ । କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ, ହୋମ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାର ଯାଞ୍ଚ ହେବ । ଏଥିପାଇଁ ୭୦ଟି ହେଲ୍ଥ ଟିମ୍ ଗଠନ ହୋଇଛି । ଏହି ଟିମ୍ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବ । ସଟ୍ଡାଉନ୍ ବେଳେ କେବଳ ସ୍ୱାସ୍ଥ୍ୟସେବା ଓ ଦୁଗ୍ଧ ବଣ୍ଟନ ଜାରି ରହିବ । ବ୍ରହ୍ମପୁର ସହରର ବାକି ସବୁ ଦୋକାନ ବଜାର ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା