ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗେଟ ବଜାର ସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ କାଳୀ ପୂଜା ଉପଲକ୍ଷେ ଏକ ୨୨ ଫୁଟିଆ କାଳୀମୂର୍ତ୍ତି ସ୍ଥାପନକୁ ନେଇ ସହରରେ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଜାଗ୍ରତ ହୋଇଛି । ପୂର୍ବରୁ ଏହିଭଳି ଏତେ ଉଚ୍ଚତାର କାଳୀମୂର୍ତ୍ତି ସ୍ଥାପନ ହୋଇନଥିଲା । ସେଥିପାଇଁ ପୁଜାବାଜର ସରଗରମ ହୋଇଉଠିଛି । ଲୋକଙ୍କ ଭିଡ଼ ଜମିଛି ।ସୁନ୍ଦର ଆଲୋକ ସାଜସଜ୍ଜା ଓ ଆକର୍ଷଣୀୟ ମେଢ଼ନିର୍ମାଣ ସାଙ୍ଗକୁ ୨୨ଫୁଟିଆ କାଳୀମୂର୍ତ୍ତି ସ୍ଥାପନ ସହରରେ କାହିଁକି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଭକ୍ତଙ୍କ ସୁଅ ଛୁଟୁଛି ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା