ବ୍ରହ୍ମପୁର ସହରରେ ପୁଣି ଲୁଟେରାଙ୍କ ପ୍ରାଦୁର୍ଭାବ : ପୋଲିସ ବୋଲି ପରିଚୟ ଦେଇ ଠକୁ ଥିଲେ ସୁନା ଅଳଙ୍କାର….

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁଣି ସହରରେ ଲୂଟେରା ଚେଇଁଲେ । ୨୦୧୮ ଅଗଷ୍ଟ ୧୨ ତାରିଖରେ ବିଜେପି ନେତା କାମନା ପାଢ଼ୀଙ୍କ ପତ୍ନୀ ସଂଯୁକ୍ତା ପାଢ଼ୀଙ୍କ ବେକ ଏବଂ ହାତରୁ ସୁନା ଅଳଙ୍କାର ପୋଲିସ ପରିଚୟ ଦେଇ ଅଭିନବ ଉପାୟରେ ୨୫ ତୋଳା ସୁନା ଲୂଟ କରି ଫେରାର ହୋଇଯାଇଥିଲେ । ଆଜି ସୁଦ୍ଧା ପୋଲିସ ଅଭିଯୁକ୍ତଙ୍କୁ ଧରି ପାରିନାହିଁ । ପୋଲିସ ରାଜ୍ୟ ବାହାର ଲୂଟେରା ବୋଲି ସେତେଟା ଗୁରୁତ୍ୱ ଦେଇନାହିଁ । ତେବେ ଆଜି ପୁଣି ସେହି ଲୁଟେରା ଗ୍ୟାଙ୍ଗ ସହରରେ ପ୍ରବେଶ କରିଛନ୍ତି । ନିତିଦିନର ସାମ୍ବାଦିକ ଚିରଞ୍ଜୀତ ରାଜଗୁରୁଙ୍କ ମାଆ ରଜନୀ ପ୍ରଭା ରାଜଗୁରୁ ଆଜି ଦିନ ୧୧ଟା ବେଳେ ଡ଼ିପଲ ସ୍କୁଲ ଯାଉଥିବା ବେଳେ ନିକଟସ୍ଥ ମଦ ଦୋକାନ ନିକଟରେ ପୋଲିସ ପରିଚୟ ଦେଇ ଦୁଇ ଜଣ ଯୁବକ ତାଙ୍କ ମାଆଙ୍କ ଠାରୁ ସୁନା ଚେନ ଏବଂ ମୁଦି ବାହାର କରି ଦିଅନ୍ତୁ ଆଗରେ ଚୋର ମାନେ ଲୂଟ କରୁଥିବା ଯୋଗୁଁ ପୋଲିସ ଏଠାରେ ଜଗି ଆପଣଙ୍କ ସୁନା ଏବଂ ଅଳଙ୍କାର ନେଇ ନିଜ ହେପଜାତରେ ରଖିବ ବୋଲି କହିଥିଲେ । ତାଙ୍କ ମା ଙ୍କୁ ମଧ୍ୟ ପୋଲିସ ପରିଚୟ କାର୍ଡ ଦେଖାଇଥିଲେ । ତାଙ୍କ ମା’ ସତ ଭାବି ସେହି ଲୋକଙ୍କୁ ସୁନା ଚେନ ଦେଇଥିଲେ । ତେବେ ତାଙ୍କ ମା ସାମାନ୍ୟ ସନ୍ଧେହ କରି ପାଟି କରି ମୋ ସୁନା ମୋତେ ଦିଅ ବୋଲି କହିଥିଲେ । ଗହଳି ରାସ୍ତା ହୋଇଥିବା ଯୋଗୁଁ ଲୂଟେରା ମାନେ ଭୟଭୀତ ହୋଇ ସୁନା ଚେନ ଫେରାଇ ଦେଇ ଚମ୍ପଟ ମାରିଥିଲେ । ମା ଭୟଭୀତ ହୋଇ ଯାଇଥିଲେ ବୋଲି ସାମ୍ବାଦିକ ଜଣକ ଜଣାଇଛନ୍ତି । ପୋଲିସ ଘଟଣା ସ୍ଥଳକୁ ଯାଇ ତନାଘନା କରିବା ସହ ସିସିଟିଭି ଯାଞ୍ଚ କଲେ ଅଗଷ୍ଟ ୧୨ରେ ଘଟିଥିବା ଘଟଣାର ପର୍ଦାଫାସ ହୋଇପାରିବ ବୋଲି ରାଜଗୁରୁ ଦାବିକରିଛନ୍ତି । ଘଟଣାକୁ ଗୁରୁତ୍ୱ ଦେବା ପାଇଁ ପୋଲିସକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । ଏନେଇ ନିତିଦିନର ପ୍ରତନିଧି ଚିରଞ୍ଜୀତ ରାଜଗୁରୁ ପୋଲିସକୁ ଜଣାଇଥିବା କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା