ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ଶଙ୍ଖ ଛାଡି ପଦ୍ମ ଧରିବେ ବୋଲି ଚର୍ଚ୍ଚା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡି ବିଜେପିରେ ଯୋଗଦାନ କରି ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ତାରିଖ ଯେତେ ଯେତେ ପାଖେଇ ଆସୁଛି ସେତେ ସେତେ ବିଭିନ୍ନ ଦଳର ନେତା ରହିଥିବା ଦଳ ଛାଡି ଅନ୍ୟଦଳରେ ଯୋଗଦାନ କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ବିଜେଡିରେ ଅସନ୍ତୋଷର ବିଦ୍ରୋହ ଦେଖିବାକୁ ମିଳୁଛି । ଦିନକୁ ଦିନ ବିଜେଡିର ଟାଣୁଆ ନେତାମାନେ ବିଜେଡି ଛାଡିବାରେ ଲାଗିଛନ୍ତି । ଗତ ଦୁଇଦିନ ମଧ୍ୟରେ ନବରଙ୍ଗପୁର ସାଂସଦ, ନୀଳଗିରି ବିଧାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏବେ ପୁଣି ଚର୍ଚ୍ଚା ହେଉଛି କି ବିଜେଡି ଛାଡ଼ିବେ ବିଦ୍ରୋହ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର । ବ୍ରହ୍ମପୁରରେ ତାଙ୍କ ପ୍ରତିଦ୍ୱନ୍ଦୀ ଚନ୍ଦ୍ରଶେଖରଙ୍କୁ ଦଳରେ ସାମଲ କରାଯିବା ପରେ ଅଧିକାଂଶ ସମାବେଶରେ ତାଙ୍କୁ ଡ଼କରା ଦିଆଯାଉନାହିଁ କିମ୍ବା ଦଳୀୟ ପ୍ରଚାର ବ୍ୟାନରରେ ତାଙ୍କ ଫୋଟ ଲଗାଯାଉ ନାହିଁ । ସଂସଦରେ ମଧ୍ୟ ସିଦ୍ଧାନ୍ତଙ୍କ ସେତେ ଆଖିଦୃଶିଆ ଭଲ ରେକର୍ଡ ନାହିଁ । ଏବେ ପୁଣି ରାଜକୁମାରୀ କଲ୍ୟାଣୀ ଦେବୀ ଯୋଗ ଦେବାପରେ ମହିଳାଙ୍କୁ ଅଗ୍ରାଧିକାର ଭିତରେ ପ୍ରଥମେ କଲ୍ୟାଣୀ ଦେବୀ ଟିକେଟ ପାଇବାର ହକଦାର ବୋଲି ଶୁଣିବାକୁ ମିଳୁଛି । ରାଜକୁମାରୀଙ୍କ ପ୍ରତି ସମସ୍ତଙ୍କର ଭଲପାଇବା ଯଥେଷ୍ଟ ଅଛି ତେଣୁ ବିଜେଡି ତାଙ୍କୁ ପ୍ରାର୍ଥୀ କରାଇବ ବୋଲି ଖବର ପ୍ରକାଶ ପାଉଛି । ତେଣୁ ସୋସିଆଲ ମିଡ଼ିଆ ଓ ନିକତମ ସମର୍ଥକଙ୍କ ମଧ୍ୟରେ ଜୋରଜାର ଚର୍ଚ୍ଚା ହେଉଛି ଯେ ସିଦ୍ଧାନ୍ତ ଶଙ୍ଖ ଛାଡି ପଦ୍ମ ଧରିବେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା