

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟଜନ ଫୋରମ ବ୍ରହ୍ମପୁର ଗତ ୧୮ ରିଖ ଦିନ ରାଜ୍ୟ ବରିଷ୍ଠ ମହାସଂଘର ୮ମ ପ୍ରତିଷ୍ଠା ଦିବସ ପାଳନ ରବୀନ୍ଦ୍ର ମଣ୍ଡପ ଭୁବନେଶ୍ୱରରେ ପାଳନ ହୋଇଯାଇଛି । ରାମ ବିହାରୀ ଦାସଙ୍କ ନେତୃତ୍ୱରେ ୧୨ ଜଣ ଯଥା ସିମାଞ୍ଚଳ ପ୍ରସାଦ ବିଷୋୟୀ, ଭିଷ୍ମଚାର୍ଯ୍ୟ ଚୌଧୁରୀ, ସୂର୍ଯ୍ୟକାନ୍ତ ପାତ୍ର, ପୂର୍ଣ୍ଣଚନ୍ଦ୍ର ମହାରଣା, ଶିଶିର କୁମାର ସାହୁ, ନରସିଂହ ସାହୁ, ହନକ କୁମାର ସାହୁ, ମନମୋହନ ପରିଚ୍ଛା, ବିଜୟ ଚନ୍ଦ୍ର ପଟ୍ଟନାୟକ, ପଦ୍ମନାଭ ରଥ ଓ ଜୟନ୍ତୀ ଲାଲ ନରସୁ ଚୌହାନ ଯୋଗ ଦେଇଥିଲେ । ରବୀନ୍ଦ୍ର ମଣ୍ଡପ ମିଟିଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସମସ୍ୟା ସମାଧାନ କରିବା ସହିତ ୫ ଲକ୍ଷ ବରିଷ୍ଠ ନାଗରିକମାନଙ୍କୁ ନୁଆଁରେ ପେନସନ ଦେବା ବିଷୟ ଘୋଷଣା କରିଥିଲେ । ଏହା ସହିତ ମନ୍ତ୍ରୀ ପ୍ରଫୁଲ ସାମଲ, ମେୟର ଅନନ୍ତ ଜେନା, ପୋଲିସ କମିଶନର କନଫେଡେରେସନର ସଭାପତି ମୁମ୍ବାଇରୁ ଆସି ଯୋଗ ଦେଇଥିଲେ । ରାଜ୍ୟ ସଭାପତି କୃପାସିନ୍ଧୁ ସାହୁ ସଭାପତିତ୍ୱ କରିଥିଲେ । ୭୦୦ ଉର୍ଦ୍ଧ୍ୱ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୮ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲା ଫରମ ତରଫରୁ ମୁଖ୍ୟମନ୍ତୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସରକାର ପ୍ରତି ଜିଲ୍ଲାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଥଇଥାନ ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା ମଧ୍ୟ କରିଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା







