ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍କେଟିଂ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଓ କିର୍ତ୍ତୀରାଜି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର କାଳୁପାତ୍ର ସାହି ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କରାଯାଇଛି । ଏଥିରେ ବ୍ରହ୍ମପୁର ସ୍କେଟିଂ ଏକାଡେମୀ ତରଫରୁ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏକାଡେମୀର ସମ୍ପାଦକ ଟି. ଅନୀଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମସ୍ତ ସଭ୍ୟ ଓ ସଭ୍ୟାଙ୍କ ଗହଣରେ ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ମୁଖ୍ୟ ରାସ୍ତାରୁ ପାଛୋଟି ନିଆଯାଇଥିଲା । ଏହି ଅବସରରେ ଏକାଡେମୀର ଜାତୀୟ ଓ ବିଶ୍ୱ କୃତିତ୍ୱ ଅର୍ଜନ କରିଥିବା ସ୍କେଟରମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ତର୍ଜାତୀୟ ଭାରୋତ୍ତୋଲନ ଭକ୍ତରାମ ଦେସ୍ତି ଓ କୋଚ ସୁଶ୍ରୀ ସୀତା କୁମାରୀ ଜେନା, ଶିଳ୍ପୀ ସତ୍ୟନାରାୟଣ ମହାରଣା ଏବଂ ୟୂନିଫାଇଡ଼ ସାଇବର ଅଲମ୍ପିଆଡ଼ରେ କୃତିତ୍ୱ ଅର୍ଜନ କରିଥିବା ସ୍କେଟର ଏ. ଧନୁଷ ଏବଂ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ସ୍କେଟର ଏସ.ସାହିଲ କୁମାର ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ବ୍ରହ୍ମପୁରର ଏହି ଏକମାତ୍ର ଅନୁଷ୍ଠାନ ଏହାର ଛାତ୍ରଛାତ୍ରୀମାନେ ଅତି ସମ୍ମାନ ଜନକ ଗିନିଜ ବିଶ୍ୱ ରେକର୍ଡ ଭଳି ବିରଳ କୀର୍ତ୍ତିମାନ ସ୍ଥାପନ କରିବାରେ ସକ୍ଷମ ହୋଇଛନ୍ତି ଏବଂ ଏହିଠାରେ ସ୍କେଟିଂ ସହ ନୃତ୍ୟ, ଦୁଃସାହସିକ କ୍ରୀଡା, ଯୋଗ ଅଭିନୟ ପ୍ରଭୃତି ଅତ୍ୟାଧୁନିକ ସରଞ୍ଜାମ ଦ୍ୱାରା ମିଶ୍ରିତ ପ୍ରଶିକ୍ଷଣ ଦିଆଯାଏ । ଏହି ଅବସରରେ ଏକାଡେମୀର ସଫଳ ଓ ବିରଳ କିର୍ତ୍ତୀରାଜିର ସଙ୍କଳନର ପ୍ରଥମ ସଂସ୍କରଣ ସ୍ୱତନ୍ତ୍ର ପୁସ୍ତିକା ସାଂସଦ ଓ ବିଧାୟକଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଛି । ଚିତା-କର୍ସକ କୌଶଳ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏକାଡେମୀରେ କୋଟି ବିଭୁତି ଜେନା ଏହାକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ଚନ୍ଦ୍ର ସାମଲ, ତାରିଣୀ ସାହୁ, ବାଳକୃଷ୍ଣ ପାତ୍ର, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ, ଦୁର୍ଗା ପଣ୍ଡା, ତେଜେଶ୍ୱର ସ୍ୱାମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା