ବ୍ରହ୍ମପୁର ୟୁନିଅନ କ୍ଳବରେ ନବରାତ୍ରର ଦାଣ୍ଡିଆନାଚ:ବ୍ରହ୍ମପୁର ବିଧାୟକ ସାମିଲ

 ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା): ବ୍ରହ୍ମପୁର ୟୁନିଅନକ୍ଲବ ତରଫରୁ ନବରାତ୍ର ଓ ଦଶହରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଗତ ତିନିଦିନହେଲା ଆରମ୍ଭ ହୋଇଛି । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କ୍ଲବର ସଂସ୍କୃତି ଓ ସୌନ୍ଦର୍ଯ୍ୟକୁ ବୃଦ୍ଧି କରାଯାଉଛି । ନାବରାତ୍ରର ତୃତୀୟ ଦିନରେ ଗତକାଲି ଦାଣ୍ଡିଆ ନାଚ ଅନୁଷ୍ଟିତ ହେଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ଡ଼ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇ ୟୁନିଅନ କ୍ଲବର ଏପରି ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଡ଼ା ଯାଉଥିବା ସମ୍ପର୍କକୁ ଏକ ସାଧୁବାଦ ଉଦ୍ୟମ ବୋଲି ମଧ୍ୟ କହିବାକୁ ଭୁଲିନଥିଲେ । ବ୍ରହ୍ମପୁର ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ବନମାଳୀ ସେଠି ପ୍ରମୁଖ ମଞ୍ଚାସିନ ହୋଇ କ୍ଳବର ସଦସ୍ୟ ମାନଙ୍କ ଏପରି ଉଦ୍ୟମକୁ ଧନ୍ୟବାଦ ଜଣାଇଥିଲେ । ଏଥିରେ କ୍ଲବ ସଦସ୍ୟ ଦୀପକ କୁମାର ପଟ୍ଟନାୟକ, ମିଲି ପଣ୍ଡା, ସନା, ମୁନା, ବନୀ, ବିଶ୍ୱରଞ୍ଜନ, ଲଳିତ ମହାନ ମଙ୍ଗରାଜ, ଉମା ପାଣିଗ୍ର।ହି ପ୍ରମୁଖଙ୍କ ସମେତ କ୍ଲବ ସଭାପତିଙ୍କ ଅଧ୍ୟକ୍ଷତାରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।