ବ୍ରହ୍ମାକୁମାରୀ କେନ୍ଦ୍ରରେ ଦାଦି ପ୍ରକାଶ ମଣି ପୁଣ୍ୟ ତିଥି ଓ ଜନ୍ମାଷ୍ଟମୀ ପାଳିତ

କଟକ(ସମୃଦ୍ଧ ଓଡିଶା)ବରିଷ୍ଠ ସ୍ୱର୍ଗତଃ ବ୍ରହ୍ମା କୁମାରୀ ଦାଦି ପ୍ରକାଶ ମଣି ଙ୍କ ପୁଣ୍ୟ ତିଥି ଓ ଜନ୍ମାଷ୍ଟମୀ ପର୍ବ ବେପlରିସlହି ବ୍ରହ୍ମ। କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଯୋଗ କେନ୍ଦ୍ରରେ ସମାରୋହରେ ପାଳିତ ହୋଇଯାଇଛି l ବି କେ ଝୁନୁ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ l ବି କେ ନଗେନ୍ଦ୍ର ମୁଣ୍ଡ, ବି କେ ବରଦା ପ୍ରସନ୍ନ ଦାସ ଅତିଥି ଭାବେ ଯୋଗଦେଇ ଦାଦି ପ୍ରକ।ଶ ମଣି ଙ୍କ ଅବଦାନ ଓ ଜନ୍ମାଷ୍ଟମୀ ମହତ୍ତ୍ଵ ସମ୍ପର୍କରେ କହିଥିଲେ l ଶ୍ରୀ ଦାସ ନିକଟରେ ବାଙ୍ଗାଲୋର ପରିଦର୍ଶନ କରି ସେଠାର ବ୍ରହ୍ମା କୁମାରୀ ଅନୁଷ୍ଠାନ ଗୁଡିକର ସକ୍ରିୟ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ପ୍ରକାଶ କରି କହିଥିଲେ l ରାଜ ଯୋଗ ଅଭ୍ୟାସ ପରେ, ମୁରଲୀ ପାଠ ଓ ସଖ। ମାନଙ୍କ ଗହଣରେ କୃଷ୍ଣ ,ଯଶୋଦା ଭେଶରେ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା l ଶେଷରେ ସମସ୍ତେ ନୃତ୍ୟ କରି ଜନ୍ମାଷ୍ଟମୀ ପର୍ବ ପାଳି ଥିଲେ l ବ୍ରହ୍ମ। କୁମାରୀ ପ୍ରତିମା ,ଜୟନ୍ତୀ ପ୍ରମୁଖ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା l

ରିପୋର୍ଟ : ବରଦା ଦାସ ବି ପି ଦାସ,ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ,ବେପାରୀ ସାହି,ବକ୍ସିବଜାର,କଟକ