ବ୍ରହ୍ମାକୁମାରୀ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ ପାଳିତ

ଛତ୍ରପୁର(ସମୃଦ୍ଧଓଡିଶା) ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ କଳ୍ପ ବାସିନୀ ନଗର ସ୍ଥିତ ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ମୁଖ୍ୟ ଆଶ୍ରମ ଠାରୁ ପ୍ରଜାପିତା ବ୍ରହ୍ମାଙ୍କ ଏକ ଶାନ୍ତିଯାତ୍ରା ଛତ୍ରପୁର ସହର ପରିକ୍ରମଣ ହୋଇଛି । ପରେ ଆଶ୍ରମରେ ଏକ ଆନୁଷ୍ଠାନିକ ଆଧ୍ୟାତ୍ମିକ ସଭାର ଆୟୋଜନ ହୋଇଥିଲା । ଉକ୍ତ ସାମାରୋହରେ ଛତ୍ରପୁର ଅତିଥି ବୃନ୍ଦ ସୁକାନ୍ତ କୁମାର ଜେନା ଭାଇ , ପୌର-ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଭଉଣୀ,କେ.ଆନନ୍ଦ ରାଓ, ବ୍ରହ୍ମାକୁମାର ବି.କେ. ସିମାଞ୍ଚଳ ଭାଇ ଏବଂ ଶାଖା ସଞ୍ଚାଳିକା ବ୍ରହ୍ମାକୁମାରୀ ବିଜୟଲକ୍ଷ୍ମୀ ଭଉଣୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସମାଜରେ ଶାନ୍ତି ଓ ମୈତ୍ରୀତ୍ତ୍ୱ ଆନୟନ ନେଇ ବ୍ରହ୍ମାକୁମାରୀ ସଂସ୍ଥାନ ର ସଫଳ ପ୍ରୟାସତା କୁ ସାଧୁବାଦ ଜଣାଇ ଅନୁଷ୍ଠାନର ଉଦ୍ୟକ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ । ବ୍ରହ୍ମାକୁମାରୀ ଈଶ୍ୱରୀୟ ଚିନ୍ତନ ଧାର୍ମିକ ଭାବନା ଜନସାଧାରଣଙ୍କୁ ବିଶେଷ ପ୍ରଭାବିତ କରିଛି, ବୋଲି ଅତିଥିମାନେ ଆଲୋକପାତ କରିଥିଲେ । ପ୍ରେମ, ଶାନ୍ତି, ମୈତ୍ରୀ, ସଦ୍ଭାବନା ର ସନ୍ଦେଶ ଦେଇ ଶାନ୍ତି ଯାତ୍ରାକୁ ପରିଚାଳନା କରିଥିଲେ ରଜନୀ କାନ୍ତ ଭାଇ, ବାଲକ୍ରିଷ୍ଣା ଭାଇ,ବି.କେ ସୂର୍ଯ୍ୟ ଭାଇ, ବି.କେ ରାଜୁ ଭାଇ, ବ୍ରହ୍ମାକୁମାରୀ ଭାଗ୍ୟ ଭଉଣୀ ,ବ୍ରହ୍ମାକୁମାରୀ ପିଙ୍କି ଭଉଣୀ,ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

ରିପୋର୍ଟ : ନିମାଇଁ ପଣ୍ଡା