ବ୍ରାଉନ୍ ସୁଗରର ଚେର ଲମ୍ବିଛି ଖଡଗପୁରରୁ ଖୋର୍ଦ୍ଧା ଯାଏଁ-୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଦିବ୍ୟାଙ୍ଗ : ଇଣ୍ଡିଗୋ ସହ ୧୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉପାନ୍ତ ଓଡିଶାର ଜଳେଶ୍ୱର ସହର ଏବେ ପାଲଟିଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ । ସୁଦୁର ବଙ୍ଗଳାଦେଶରୁ ବ୍ରାଉନସୁଗାର ଭଳି ବହୁ ମାଦକ ଦ୍ରବ୍ୟ ଖଡଗପୁର-ଜଳେଶ୍ୱର ଦେଇ ଓଡିଶାର ଖୋର୍ଦ୍ଧାଯାଏ ଚାଲାଣ କରାଯାଇ ଆସୁଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ଜଳେଶ୍ୱର ଉପକଣ୍ଠରୁ ୧୨୦ଗ୍ରାମ ବ୍ରାଉନସୁଗାର ଏକ ଇଣ୍ଡିଗୋ କାରରୁ ଜବତ୍ ହେବା ସହ ଅବକାରୀ ବିଭାଗ ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାରୁ ପ୍ରକାଶ ଗତକାଲି ଭୋର ୫ଟା ସମୟରେ ୬୦ନଂ ଜାତୀୟ ରାଜପଥର ସାଇ ଫିଲିଙ୍ଗ ଷ୍ଟେସନ ଓ ହୋଟେଲ ମିର୍ଚି ମସଲା ସନ୍ନିକଟସ୍ଥ ଜମାଳପୁର ବାଇପାସ୍ଠାରେ ବାଲେଶ୍ୱର ଅବକାରୀ ବିଭାଗ ଏହି ବ୍ରାଉନ୍ସୁଗର ସହିତ ଅପରାଧିଙ୍କୁ ଧରିବାରେ ସଫଳ ହୋଇଛି । ଖଡଗପୁରରୁ ଏକ ଇଣ୍ଡିଗୋ ଧଳା କାର୍ରେ ବ୍ରାଉନ୍ ସୁଗର ଆସୁଥିବା ଏକ ଖବର ଅବକାରୀ ବିଭାଗର ଏସ୍ପି ରାଜେନ୍ଦ୍ର ଭତ୍ରାଙ୍କୁ ମିଳିଥିଲା । ତେଣୁ ସେ ବାଲେଶ୍ୱର ଫ୍ଲାଇଙ୍ଗ ସ୍କୁାର୍ଡ ଉଦୟ ଲାଲା ନାୟକଙ୍କ ନେତୃତ୍ୱରେ ଏହାକୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଶ୍ରୀ ନାୟକଙ୍କ ସହିତ ଜଳେଶ୍ୱର ଅବକାରୀ ଥାନାର ଭାରପ୍ରାକ୍ତ ଅଧିକାରୀ ହରପ୍ରସାଦ ରଣା, ଏଏସ୍ଆଇ ଦୋଳଗୋବିନ୍ଦ ଧଳ ଓ ଚନ୍ଦ୍ର ମୋହନ ସେଠୀ, କନେଷ୍ଟବଳ ରାଜୀବ କୁମାର ଭଂଜ, ପ୍ରହଲ୍ଲାଦ ବିଶ୍ୱାଳ, ଅଂଜନ ଜେନା, ସେକ୍ କଲିମ୍ ପ୍ରମୁଖ ସଦଳବଳେ ୬୦ନଂ ଜାତୀୟ ରାଜପଥରେ ଛକି ରହିଥିଲେ । ଭୋର ୫ଟାରେ ଓଆର୍୦୬ଜେ-୮୮୬୬ ଇଣ୍ଡିଗୋ ଧଳ କାର୍ଟି ଜଳେଶ୍ୱରର ସାଇଫିଲିଂ ଷ୍ଟେସନ ନିକଟରେ ପହଞ୍ଚିବା କ୍ଷଣି ଅବକାରୀ ବିଭାଗର କର୍ମଚାରୀଙ୍କ ସନ୍ଦେହ ଘନିଭୂତ ହୋଇଥିଲା । ସେମାନେ ଗାଡିଟିକୁ ଯାଞ୍ଚ କଲାବେଳେ ସେଥିରୁ ୧୨୦ ଗ୍ରାମର ଧଳ ଜହର (ବ୍ରାଉନ୍ ସୁଗର) ୩ଟି ଦାମୀ ମୋବାଇଲ୍, ନଗଦ ୨୮୨୦ଟଙ୍କା ଜବତ୍ କରି ଅଭିଯୁକ୍ତ ମାନଙ୍କ ସହ ଅବକାରୀ ଥାନାକୁ ଆଣିଥିଲେ । ଅଭିଯୁକ୍ତ ଜଗତ୍ସିହପୁର ଜିଲାର ପୋଥାପଡା ଗାଁର ଦିବ୍ୟାଙ୍ଗ ଶିବ ପ୍ରସାଦ ମହାନ୍ତି, ଖୋର୍ଦ୍ଧା ଜିଲାର ବାଲିଅନ୍ତା ଅଂଚଳର ସୁବାସ୍ ଭୋଇ (ଡ୍ରାଇଭର) ଓ ସେହି ଗାଁର ଚନ୍ଦନ କୁମାର ଭୋଇଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ଅବକାରୀ ବିଭାଗ ୧୭୫/୧୮-୧୯ ମୂଳେ ମାମଲା ରୁଜୁ କରିଛି । ସେମାନଙ୍କ ଠାରୁ ବ୍ରାଉନସୁଗାର ଓ ସେହିଭଳି ମାଦକ ଦ୍ରବ୍ୟ କାରବାର ବାଂଲା ଦେଶରୁ ଖୋର୍ଦ୍ଧାଯାଏ କିପରି ଚାଲାଣ ହେଉଛି ଓ ଏ ଗୁଡିକ କେଉଁଠି ଗଚ୍ଛିତ ରଖ।।ଯାଉଛି ଏ ସଂପର୍କରେ ତାଙ୍କ ନିକଟରୁ ବହୁତଥ୍ୟ ମିଳିଥିବା ଅବକାରୀ ବିଭାଗ ପକ୍ଷରୁ ଜଣାଯାଇଛି । ବାରମ୍ବାର କଟକ ଓ ବାଲେଶ୍ୱର ସ୍କ୍ୱାର୍ଡ ଜଳେଶ୍ୱର ନିକଟବର୍ତ୍ତୀ ଅଂଚଳରୁ ବ୍ରାଉନସୁଗାର ଧରିବାକୁ ସକ୍ଷମ ହେଉଥିବା ବେଳେ ସ୍ଥାନୀୟ ଅବକାରୀ ବିଭାଗ ଓ ପୋଲିସ୍ ଏହାର ଟେର ପାଉନଥିବା ଘଟଣା ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରକାଶଯୋଗ ବର୍ତ୍ତମାନର ଅବକାରୀ କମିଶନର ଦେବେନ୍ଦ୍ର ମହାପାତ୍ର ଓ ଡେପୁଟି କମିଶନର ରାମଚନ୍ଦ୍ର ପାଲଟା ଜଳେଶ୍ୱରର ଅତୀତରେ ଦୁଇ ପ୍ରଶାସନୀକ ଅଧିକାରୀ ଥିବାବେଳେ ଚୋରାମାଦକବ୍ରଦ୍ୟ ଚାଲାଣ ସଂପର୍କରେ ଆପାତତ ଅବଗତ ଥିବାରୁ ଗ୍ଟେ୍ୱେଭାବେ ପରିଚିତ ଜଳେଶ୍ୱର ଅବକାରୀ କାର୍ଯ୍ୟାଳୟରେ ଗାଡି ସହିତ ଅଧୁନିକ ପ୍ରଶିକ୍ଷଣ ପ୍ରାପ୍ତ କର୍ମଚାରୀ ଯୋଗାଇଦେବା ନିମନ୍ତେ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା