ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଦପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି, ଭଞ୍ଜ ଯୁଗୀୟ ଦେବୀ ପୀଠ ଶ୍ରୀ ଶ୍ରୀ ସଂକୁଳାଇ ମହାମାଇ ପୀଠ ଠାରେ ବ୍ରାହ୍ମଣ ସୁରକ୍ଷା ପରିଷଦ ଚାରିଟେବୁଲ ଟ୍ରଷ୍ଟ ତରଫରୁ ତଥା ଗଞ୍ଜାମ ଘୁମୁସର ପିରୋହିତ ସମିତି ଅନୁକୂଲ୍ୟରେ ଦେବଦୂତ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା । ପୋଲସରା ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀକାନ୍ତ ସାହୁଙ୍କ ସମତେ ବହୁ କୋରନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ନିରାକାର ସାହୁଙ୍କୁ ମଧ୍ୟ କୋରନା ସମୟରେ ସାମ୍ବାଦିକ କ୍ଷେତ୍ରରେ ଉଲେଖନୀୟ ଅବଦାନ ଓ ସମାଜ ରେ ଗରିବ,ଅବହେଳିତ, ଅସହାୟ, ମାନସିକ ରୋଗୀ ଓ ପଶୁ ପକ୍ଷୀ ମାନଙ୍କ ସୁରକ୍ଷା କରି ଜନ ମାନସରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ “ଦେବଦୂତ ସମ୍ମାନ”ରେ ସଂମାନିତ କରା ଯାଇଛି । ବ୍ରାହ୍ମଣ ସୁରକ୍ଷା ପରିଷଦ ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ପଣ୍ଡିତ କାଳୁ ଚରଣ ଶତପଥିଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସମ୍ବର୍ଦ୍ଧିତ ଉତ୍ସବରେ ତଥା ପଣ୍ଡିତ ମନୋଜ କୁମାର ଆଚାର୍ଯ୍ୟ, ପଣ୍ଡିତ ସରୋଜ କୁମାର ସଢ଼ଙ୍ଗୀ, ପଣ୍ଡିତ ଜ୍ୟୋତି କୁମାର ମିଶ୍ର, ପଣ୍ଡିତ ଅମୂଲ୍ୟ କୁମାର ମିଶ୍ର, ପଣ୍ଡିତ ବୁଲୁ ମହାପାତ୍ର ଓ ପଣ୍ଡିତ କୃଷ୍ଣ ଚନ୍ଦ୍ର ରଥଙ୍କ ଉପସ୍ଥିତ ରେ ବିଧାୟକ ଶ୍ରୀକାନ୍ତ ସାହୁ, ସମ୍ବାଦିକ ନିରାକାର ସାହୁ,ପ୍ରସନ୍ନ କୁମାର ଦାସ, ଗୌରୀପତି ଦାସ ଅତ୍ରି ପଟ୍ଟନାୟକ, ଅକ୍ଷୟ ଶତପଥି, ପ୍ରଫୁଲ କୁମାର ପଟ୍ଟନାୟକ, ଅନୀଲ ପଟ୍ଟନାୟକ, ଆଲୋକ କୁମାର ଗୌଡ଼, ମନୋଜ କୁମାର ଘଡେଇ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବ୍ଲକ ଉପାଦକ୍ଷ ଟୁକୁନା ସ୍ୱାଇଁ, ବାଲିପଦର ସରପଞ୍ଚ ପୂର୍ଣ ଚନ୍ଦ୍ର ଜେନା, ପାଙ୍ଗିଡି ସରପଞ୍ଚ ସୁଶାନ୍ତ କୁମାର ଅପଟ, ସ୍ୱଚ୍ଛାସେବୀ ଗୋବିନ୍ଦ ମିଶ୍ର, ପ୍ରଶାନ୍ତ କୁମାର ଭୋଳ ଓ କାହ୍ନୁ ଚରଣ ଦାସ ପ୍ରମୁଖଙ୍କୁ ଦେବଦୂତ ସମ୍ମାନରେ ସମ୍ମନିତ କରାଯାଇଛି ।
ରିପୋର୍ଟ : ନିଲୁ ବିଷୋୟୀ