

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ସରକାରଙ୍କ ଶକ୍ତି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ବ୍ଲକସ୍ତରୀୟ ‘ଶକ୍ତି ସଂରକ୍ଷଣ’ କୁଇଜ ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛତ୍ରପୁରରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସପ୍ତମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟା ୧୪୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ତିଯୋଗିତା ଦିନ ୧୧ ଘଣ୍ଟା ଠାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ହୋଇଥିଲା । ଏହା ପରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବି. ସନ୍ଟୁପ୍ରିୟା ଦେବୀଙ୍କ ସଭାପତିତ୍ୱ, କ୍ଲବର ୨ଜଣ ଏବିଇଓ ନୃସିଂହ ଚରଣ ମିଶ୍ର, ସୀତାରାମ ପାତ୍ର, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସିଆରସିସି ମାନଙ୍କ ସହଯୋଗରେ ଏକ ବୈଠକ ଅନୁଷ୍ଠିତ ହୋଇ ସମସ୍ତ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ସପ୍ତମ ଶ୍ରେଣୀ ଶୋଭନ ମିଶ୍ର ପ୍ରଥମ ସ୍ଥାନ, ସପ୍ତମ ଶ୍ରେଣୀ ଶିବ ପ୍ରସାଦ ଦଶ ଦ୍ୱିତୀୟ ସ୍ଥାନ, ଦଶମ ଶ୍ରେଣୀ ସ୍ମାରକା ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


