



ଗଞ୍ଜାମ (ସମୃଦ୍ଧ ଓଡିଶା) କେନ୍ଦ୍ରଶାସିତ ଭାଜପା ସରକାରଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ଭାଜପାର ଗତକାଲି ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ହୁମ୍ମା ମଣ୍ଡଳ ସଭାପତି କୀର୍ତ୍ତନ ଦାସଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ରମ୍ଭା କଲେଜ ଛକରୁ ବାହାରି ବିରୁଳିଗଡ଼ ସ୍ଥିତ ମା’ ଚାମୁଣ୍ଡା ମନ୍ଦିରରେ ପହଞ୍ଚି ସେଠାରେ ଏକ ସଭା ଅନୁଷ୍ଠିତ କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ମତ୍ସଜୀଵୀ ନେତା ଭୀମସେନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଧରଣୀଧର ବେହେରା, ମଣ୍ଡଳ ସଭାପତି କୀର୍ତ୍ତନ ଦାସ, ଶ୍ରୀଧର ବାଡତ୍ୟାଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ ଦଳୀୟ କର୍ମୀ ପଦଯାତ୍ରାରେ ଅଂଶ ଗ୍ରହଣ କରି ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକୁ ନିନ୍ଦା କରିବା ସହ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା



