

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଆଜି ବ୍ଲକ ସ୍ତରରେ ପରିଚୟ ପତ୍ର ପ୍ରଦାନ କରିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋଟ ୧୨୬ ଜଣ ଉପକୃତ ହୋଇଥିବା ବ୍ୟକ୍ତିଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ସେଥିମଧ୍ୟରେ ଖଲ୍ଲିକୋଟ ବ୍ଲକର ୮୬ ଓ କବିସୂର୍ଯ୍ୟନଗର ୪୦ ଜଣ ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଶିବନାରାୟଣ ସାହୁ, ସରପଞ୍ଚ ଓ ସମିତି ସଭ୍ୟ ତଥା ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



