
ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେବି ନାବାଳିକାଙ୍କର ବିବାହ ହେଉଥିବା ପରିଲକ୍ଷିତ ହେଉଥିବାରୁ ବାଲେଶ୍ୱର ଜିଲାପାଳ ଏହାକୁ ବନ୍ଦ କରିବାପାଇଁ ଜଳେଶ୍ୱର ସିଡିପିଓ ଓ ଅନ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ଲକ ସ୍ତରୀୟ କମିଟି ଗଠିତ ହୋଇଛି । ଏହି କମିଟିର ଅଧ୍ୟକ୍ଷ ଭାବେ ଜଳେଶ୍ୱର ତହସିଲଦାର କ୍ଷିରୋଦ କୁମାର ପଣ୍ଡା, ଆବାହକ ତଥା ସିଡିପିଓ ଦିପ୍ତୀମୟୀ ପୋଥାଳ, କାର୍ଯ୍ୟକାରୀ ସଦସ୍ୟଭାବେ ସିଏସସି ଅଧିକାରୀ ଦେବବ୍ରତ ମିଶ୍ର, ଚାଇଲ୍ଡ ଲାଇନ୍ରୁ ପ୍ରଶାନ୍ତ କୁମାର ରାଉତ, ବିଇଓ ସୁଧାାଂଉ ଶେଖର ଜେନା, ବ୍ଲକ ମଂଗଳ ଅଧିକାରୀ ସୁଜୟ କୁମାର ଚାନ୍ଦ, ବିଆର୍ସିସି ଲଲାଟେନ୍ଦୁ ଜେନା ଓ ସୁକୁମାର ରଣା ପ୍ରମୁଖ ଏହି କମିଟିରେ ରହିଛନ୍ତି । କମିଟିର ସଂପ୍ରସାରଣ ଓ ପ୍ରତ୍ୟେକ ପଂଚାୟତରେ ଏହାର ଶାଖା କାର୍ଯ୍ୟ ଲାଗି ଟାକ୍ସଫୋର୍ସ କମିଟି ସରପଂଚ ମାନଙ୍କ ଅଧ୍ୟକ୍ଷତାରେ ଗଠିତ ହେବାର ସିଦ୍ଧାନ୍ତ ହୋଇଛି । ଗ୍ରାମାଞ୍ଚଳ ସ୍ତରରୁ ଏଭଳି ଏକ କାର୍ଯ୍ୟକ୍ରମକୁ ବିରୋଧ କରିବାଲାଗି ଜିଲାପାଳଙ୍କ ନିର୍ଦ୍ଦେଶକୁ ପାଳନ କରାଯିବାର ସିଦ୍ଧାନ୍ତ ହୋଇଛି ।