ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗୀତା:“ଗାନ୍ଧିଙ୍କ କ୍ଷୁଧାମୁକ୍ତ ଓ ଅହିଂସାର ବିଶ୍ୱର ପ୍ରତିଷ୍ଠା ଲାଗି ବିଜ୍ଞାନ ଚେଷ୍ଟିତ ହେଉ”…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗୀତା ଛମୌଜସ୍ଥିତ ମାଧବଚନ୍ଦ୍ର ଶିବନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଉଦଘାଟନ ଉତ୍ସବରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଜ୍ଞାନ ସମାଜର ପ୍ରଭୃତ କଲ୍ୟାଣ ସାଧନ କରି ଆସୁଛି । ଏହାକୁ ଅଧିକ ମାନବ ସେବାଲାଗି ନିୟୋଜିତ କରିବା ଲାଗି ମହାତ୍ମାଗାନ୍ଧିଙ୍କ କ୍ଷୁଧାମୁକ୍ତ ଓ ଅହିଂସାର ବିଶ୍ୱ ପ୍ରତିଷ୍ଠଲାଗି ବିଜ୍ଞାନ ଓ ବୈଜ୍ଞାନୀକ ଚେଷ୍ଟିତ ହୁଅନ୍ତୁ ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ମଙ୍ଗଳପୁରସ୍ଥିତ ଶ୍ରୀନିବାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡ. ପଙ୍କଜ କୁମାର ଜେନା ଯୋଗ ଦେଇ ବିଜ୍ଞାନକୁ ମାନବ ସେବାଲାଗି ଉର୍ତ୍ସଗୀକୃତ କରାଯାଇପାରିଲେ କେବଳ ମହାମନିଷିମାନେ ନୁହନ୍ତ ଗୀତାରେ ଶ୍ରୀକୃଷ୍ଣ ଅଜୁନକୁ ଶୁଣାଇଥିବା ବିଶ୍ୱ ବ୍ରହ୍ମାଣ୍ଡର ଶକ୍ତି ସମ୍ପର୍କରେ ସମଗ୍ର ବିଶ୍ୱ ଜାଣି ପାରିବ ବୋଲି କହିଥିଲେ । ପୁଣାଣ ଯୁଗର କୋଣାବ ଋଷି କଣିକା ସମ୍ପର୍କରେ ତଥ୍ୟ ପ୍ରକାଶ କରିଥିବା ବେଳେ ଏହାର ୪୦୦ ବର୍ଷ ପରେ ଆଇନଷ୍ଟାଇନ ଏ ସମ୍ପର୍କରେ ତଥ୍ୟ ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ବିଶ୍ୱ ଇତିହାସରେ କୋଣାବଙ୍କ ତଥ୍ୟ ଗୁରୁତ୍ୱ ପାଇନଥିବା ବେଳେ ଆଇନଷ୍ଟାଇନ କଣିକାରର ଜନକ ହୋଇପାରିବା ଦୁଃଖ ଓ ପରିତାପେର ବିଷୟ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଂଜନ ଦାସ, ବ୍ଲକ ନୋଡାଲ ଅଫିସର ମୂରଲୀ ମୋହନ ପ୍ରଧାନ, ଜିଲା ପରିଷଦ ସଦସ୍ୟ ଗୌରହରୀ ଜେନା, ଶଶିକାନ୍ତ ପ୍ରଧାନ ପ୍ରମୁଖ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରତିଯୋଗୀତରା ଆବଶ୍ୟକତା ଓ ବିଜ୍ଞାନ ପ୍ରକଳ୍ପ କୁନି ବୈଜ୍ଞାନୀକଙ୍କ ନିଜସ୍ୱ ହେବା ଓ ଏଥିଲାଗି ପ୍ରଶିକ୍ଷଣ ଦେବାର ଆବଶ୍ୟକତା ଅଛି ବୋଲି ଶିକ୍ଷକମାନଙ୍କୁ ସେ ପରାମର୍ଶ ଦେଇଥିଲେ । ସରୋଜ କୁମାର ପାଣିଗ୍ରାହୀ ଅତିଥି ମାନଙ୍କୁ ମଞ୍ଚ ଆହ୍ୱାନ, ସୁକୁମାର ମିଶ୍ର ବେଦ ପାଠ ଓ ଡ. ଅଜିତ୍ କୁମାର ମହାନ୍ତି ଅତିଥିମାନଙ୍କୁ ପରିଚୟ ପ୍ରଦାନ କରିଥିଲେ । ପ୍ରଫୁଲ୍ଲ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରମୋଦ କୁମାର ପଣ୍ଡା ଓ ତାଙ୍କ ସାଥିଙ୍କ ଦ୍ୱାରା ଆବାହନୀ ସଂଗୀତ ପରିବେଷଣ କରାଯାଇଥିଲା । ଜଳେଶ୍ୱର ବ୍ଲକ୍ ଶିକ୍ଷାଧିକାରୀ ବିଜୟ କୁମାର ନାଥ ଅଧ୍ୟକ୍ଷତା କରିଥିଲେ । ଏହି ଉଦଯାପନୀ ଉତ୍ସବରେ ଶ୍ରୀ ନାଥଙ୍କ ଅଧ୍ୟକ୍ଷତାରେ ବିଆର୍ସିସି ଲଲାଟେନ୍ଦୁ କେଶରୀ ଜେନା, ସରପଂଚ ରବିନ୍ଦ୍ର ନାଥ ଜେନା, ବିରଞ୍ଜନ ଦାସ ମହାପାତ୍ର, ନରେନ୍ଦ୍ର ନାୟକ, ଦିଲ୍ଲିପ କୁମାର ବେହେରା, ବିଜୟ କୁମାର ପାତ୍ର, ପ୍ରଫୁଲ୍ଲ କୁମାର ରାଉତ ଓ ଇନ୍ଦ୍ରଜିତ୍ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ସୁଶାନ୍ତ କୁମାର ଦାସ ମଞ୍ଚ ଆହ୍ୱାନ ଏବଂ ଓଷ୍ଟା ସଂପାଦକ ବଂଶୀଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ମୋଟ ୨୪୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାେ ବେଳେ ସିନିୟର, ଜୁନିୟର ଓ ସବଜୁନିୟର ବିଭାଗରୁ ୫ଜଣ ଲେଖାଏଁ ଜିଲାସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିଲେ । ରଜନୀକାନ୍ତ ଜେନା, ବରଦା ପ୍ରସନ୍ନ ଘଡାଇ, ସ୍ୱାଗତିକା ସି, ପ୍ରଦୀପ କୁମାର ପ୍ରଧାନ, ଦିପିକା କର, ରବିନ୍ଦ୍ର ନାଥ ପ୍ରଧାନ, ଭୁପେନ୍ଦ୍ରନାଥ ପତି, ଶରତ ଚନ୍ଦ୍ର ପ୍ରଧାନ ଓ ବିଜ୍ଞାନମେଳାର ଚୟନ କମିଟିରରେ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା