

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଠାରେ ବ୍ଲକ ସ୍ତରୀୟ ହିତାଧିକାରୀଙ୍କ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ପାଳନ ଅବସରରେ ବିଭିନ୍ନ ଭର୍ତ୍ତା ଏବଂ ଆବାସ ଯୋଜନା ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ନାରାୟଣ ରାଓ, ପିଡି ଚଞ୍ଚଳ ରାଣା, ବିଡ଼ିଓ ପ୍ରଣବ କୁମାର ବେହେରା, ବ୍ଲକ ଚେୟାରମ୍ୟାନ ସିଏଚ ସୀମାଦ୍ରୀ, ଜେଡ ପି ଚେୟାରମ୍ୟାନ ଅନିତା ରାଣୀ ବେହେରା, ଜେଡ ପି ମେମ୍ବର ଶ୍ରୀମତୀ କେ ଜୟା ଏବଂ ସୁକାନ୍ତି ଶବର ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



