



ଛତ୍ରପୁର (ସମୃଦ୍ଧ ଓଡିଶା) ଋଷିକୂଲ୍ୟା କଂସାରି ଗଣ୍ଡରେ ବ୍ୟାରେଜ ଓ ବ୍ରିଜ ନିର୍ମାଣ କରିବା ଦାବି ନେଇ ଗତକାଲି ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ବିଜେପି ଯୁବନେତା ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶହ ଶହ ଦଳୀୟ ନେତା ସହ ବହୁ କର୍ମୀମାନେ ଶୋଭାଯାତ୍ରାରେ ବାହାରି ବ୍ୟାରେଜ ଓ ପୋଲ ନିର୍ମାଣ ସ୍ଲୋଗାନ ଦେଇ ଛତ୍ରପୁର ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ପ୍ରତିବାଦ ସଭା କରି ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିବାଦ ସଭାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସମ୍ପାଦକ ବିଭୁତି ଜେନା, ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ରାଜ୍ୟ ହରିଜନ ମୋର୍ଚ୍ଚା ସଂପାଦକ ଧରଣୀଧର ବେହେରା, ଜିଲ୍ଲା ହରିଜନ ମୋର୍ଚ୍ଚା ସଭାପତି ଚୈତନ୍ୟ ପ୍ରଧାନ, ଗଞ୍ଜାମ ମଣ୍ଡଳ ସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କୀର୍ତ୍ତନ ଦାସ, ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା, ଜିଲ୍ଲା ସମ୍ପାଦକ ଡି. କାନକେୟା ରେଡ୍ଡୀ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମୀରାଣୀ ମହାପାତ୍ର, ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢ଼ୀ, ଉପସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଭିକାରୀ ପଲ୍ଲୀ ମଣ୍ଡଳ ସଭାପତି ଗାଣ୍ଠୁଧର ଗୌଡ଼, ନୀରନ ମହାରଣା, ଶ୍ରୀଧର ବାଡତ୍ୟା, କାନ୍ତାରୁ ଦଳାଇ, ସିମାଞ୍ଚଳ ବାଡତ୍ୟା, ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବ, ଉପସଭାପତି କେ. ରଘୁନାଥ ରେଡ୍ଡୀ, ଅମରେଶ କୁମାର ମହାରଣା, ଡି. ସୁରେଶ ରେଡ୍ଡୀ, ଜି. ମନୋଜ ରେଡ୍ଡୀଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା





These demands are genuine. So Govt. May kindly considered to take erly necessary steps for the benefit of local people.
Thanks