ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଗୁରୁବାର ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକ କାର୍ଯ୍ୟାଳୟ ମଧ୍ୟରେ ଉଦ୍ଘାଟିତ ହୋଇ ଯାଇଛି । ଅନୁଷ୍ଠିତ ଉନ୍ମୋଚନ ସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ସଭାପତିତ୍ୱ କରି ଓଡିଆ ଭାଷା ସାହିତ୍ୟକୁ ବଞ୍ଚାଇ ରଖିଥିବା ଫକୀରମୋହନ ସେନାପତି ସମସ୍ତଙ୍କର ନମସ୍ୟ ହୋଇଥିବା ବେଳେ ରାଇବଣିଆ ଦୁର୍ଗ ମଧ୍ୟରେ ଏ ମାଟିର ସୁଯୋଗ୍ୟ ସନ୍ତାନ କବି ଦିନକୃଷ୍ଣ ଦାସଙ୍କ ପୂର୍ଣ୍ଣଅବୟବ ପ୍ରତିମୂତ୍ତି ସ୍ଥାପନ ନିମନ୍ତେ ଆହ୍ୱାନ ଜଣାଇଥିଲେ । ମୁଖ୍ୟ ଅତିଥିଭାବେ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଓଡିଶାର ଉତ୍ତିର ପ୍ରବେଶ ଦ୍ୱାର ଜଳେଶ୍ୱର ଠାରେ ଏକ ସ୍ୱାଗତ ତୋରଣ ନିର୍ମାଣ ସହିତ ରାଜ୍ୟର ବରପୁତ୍ର ମାନଙ୍କ ପ୍ରତିମୂତ୍ତି ସ୍ଥାପନ ସଂପର୍କରେ ଚେଷ୍ଟା କରିବେ ବୋଲି କହିଥିଲେ । ଦୀନକୃଷ୍ଣ ଦାସଙ୍କ ଜନ୍ମମାଟି ମୁଣୁତୁଣିଆକୁ ଐତିହ୍ୟ ଗ୍ରାମଭାବେ ଗ୍ରହଣ କରାଯିବା ସହିତ ରାଇବଣିଆ ଦୁର୍ଗ ମଧ୍ୟରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି କହିଥିଲେ । ଶିକ୍ଷା କ୍ଷେତ୍ରରେ ବାଲେଶ୍ୱର ସବୁବେଳେ ରାଜ୍ୟରେ ଆଗରେ ଥିବା ବେଳେ ମୋ ସ୍କୁଲ ଯୋଜନାରେ ଲଗାତର ୧ବର୍ଷ ଧରି ପ୍ରଥମ ହୋଇଥିବାରୁ ସେ ବାଲେଶ୍ୱର ବାସୀଙ୍କୁ ସାଧୁବାଦ ଜଣାଇଥିଲେ । ଶେଷରେ କ୍ଲବ ଅଧ୍ୟକ୍ଷ ସବିତା ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମବାୟବିତ୍ ମାନସ ଜେନା, ବରିଷ୍ଠ ବିଜେଡି ଯୁବନେତା ପ୍ରତିପ ପ୍ରଧାନ, ବ୍ଳକ ସଭାପତି ଭୂପତି ମିର୍ଦ୍ଧା, ଜିଲ୍ଲା ମହିଳା ନେତ୍ରୀ ବିନ୍ଦୁବାଳା ନନ୍ଦି, ନଗର ସଭାପତି ସୁରଜିତ ଘୋଷ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ଗୋବିନ୍ଦ ସାହୁ, ଚନ୍ଦନ କର, ରାସବିହାରି ରଣା, ମିହିର ଆଚାର୍ଯ୍ୟ, ଦିଲ୍ଲିପ ସାମଲ, ସଂଚିତା ସେନାପତି, ମଧୁସୂଦନ ସେନାପତି ପ୍ରମୁଖ ବହୁ କର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି ପରିଡା