

ପୁରୀ (ସମୃଦ୍ଧ ଓଡିଶା) ଆଜି ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ତିନି ଠାକୁର ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ମହାପ୍ରଭୁଙ୍କ ଏହି ମନଲୋଭା ବେଶ ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିଲା, ରାତି ୧୧ଟା ଯାଏଁ ଜାରି ରହିଥିଲା । ଭଗବାନ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ପ୍ରାୟ ୨୦୦ କିଲୋ ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧି ଭକ୍ତମାନଙ୍କୁ ରଥ ଉପରୁ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କୁ ଆତକାନି, ଘାଘରାମାଳ, କିରିଟି, ପାନପତରି ଆଦି ଅଳଙ୍କାର ପରିଧାନ କରାଯାଇଥିଲା । ଏହି ସୁନାବେଶରେ ମହାପ୍ରଭୁଙ୍କୁ ଦେଖିବାକୁ ଦେଶର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତମାନେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


