

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରସ୍ଥିତ ଭଗବତ ଦର୍ଶନ ପ୍ରଚାର ସମିତି ପକ୍ଷରୁ ପ୍ରଚାର ସେବାକାର୍ଯ୍ୟ ସହିତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି । ବାଲେଶ୍ୱରସ୍ଥିତ ଆପୋଲ ହସ୍ପିଟାଲର ସହାୟତାରେ ଆଜି ମୋଟ ୪୦୬ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇଛି । ସକାଳ ୯ଟାରୁ ଆଜି ଚିକିତ୍ସା ଆରମ୍ଭ ହୋଇଥିବା ସଂଖ୍ୟା ୫ଟା ଯାଏ ଏହି ସେବାକାର୍ଯ୍ୟ ଚାଲୁ ରହିଥିଲା । ଭେଷଜରେ ଡା. ତାପସ କୁମାର ଦାସ ଓ ଆଲୋକ କୁମାର ଜେନା, ଚକ୍ଷୁରେ ଡା. ସୌମେଲି ବିନ୍ଧାଣୀ ଓ ଡା. ଶିବପ୍ରସାଦ ଶତପଥି, ହୃଦ୍ରେଗରେ ଡା. ଏଲ.କେ ନାୟକ, ଶଲ୍ୟରେ ଡ. ପଙ୍କଜ କୁମାର ଦାସ ପ୍ରମୁଖ ଡାକ୍ତରମାନେ ସେବା ଯୋଗାଇ ଥିଲେ । ମିହିର କୁମାର ନନ୍ଦି ଓ ଅଭିଷେକ ନନ୍ଦିଙ୍କ ପ୍ରଚେଷ୍ଟାରେ ଜଳେଶ୍ୱରରେ ଏପରି ଏକ ମେଗା ସ୍ୱାସ୍ଥ୍ୟ ଶିବିର ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଯାଇଛି । ସତ୍ୟନାରାୟଣ ମନ୍ଦିର ପରିସରରେ ଏଭଳି କାର୍ଯ୍ୟକ୍ରମକୁ ହେମରହି ଦାସ ବ୍ରହ୍ମଚାରୀ, ନାରାୟଣ ଦତ୍ତ, କହ୍ନେଇଲାଲ ଜାଜୁ, ଚନ୍ଦନ କୁମାର ଦାସ, ପ୍ରଚାର ସମିତିର ସଭାପତି ପ୍ରବିର କୁମାର ପ୍ରଧାନ, ସିଦ୍ଧାର୍ଥ କୁମାର ପାଳ, ରଜେଶ ଠକ୍କର, ଗୋପାଳ ଠକ୍କର, ନିଖିଲ ରାଠୋର, ସୁନିତ୍ ରାଠୋର, ଶମିର ପାତ୍ର, ମଧୁ ସୁଦନ ପାଳ, ତପନ ବିଶ୍ୱାଳ, ଅଜୟ ଦାସ, ରାମନାରାୟଣ ଦାସ, ମୁଲଚାନ୍ଦ ଲାଢା, ଭୋଳାନାଥ ଜେନା, ଦିପୁ ସାମନ୍ତ ରାୟ, ଶ୍ରୀବଲ୍ଲଭ ଲାଢା, ରାଧାଶ୍ୟାମ ଦାସ, ସାର୍ଥକ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା
