





ଭଞ୍ଜନଗର(ସମୃଦ୍ଧଓଡିଶା) ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ 128ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଅଭିଯୋଗ 116ଟି ଥିବାବେଳେ ଗ୍ରାମୀୟ ଅଭିଯୋଗ 12 ଟି ଥିଲା,ଜିଲ୍ଲାପାଳ ତ୍ୱରିତ 13ଟି ଅଭିଯାଗର ଫଇସଲା କରିଥିଲେ। ଆଜିର ଅଭିଯାଗ ସମୟରେ ଜିଲ୍ଲାପାଳ 10 ଜଣଙ୍କୁ (ଭିନ୍ନକ୍ଷମ ଏଂବ ବାର୍ଦ୍ଧକ୍ୟ )ଭତ୍ତା ପ୍ରଦାନ ସହିତ ଜଣଂକୁ ଏକ ହୁଇଲ ଚେୟାର ପ୍ରଦାନ କରିଥିଲେ ଏବଂ ଏହା ସହିତ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ସହାୟତା ପାଣ୍ଠିରୁ ରୁ ଜଣକୁ 15000ଟଙ୍କା ହିସାବରେ ଦୁଇ ଜଣଙ୍କୁ 30000ଟଙ୍କା ପ୍ରଦାନ କରିଥିଲେ ,ଗ୍ରହଣ କରିଥିବା ଆବେଦନଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ,ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶ୍ରୀ ଭି, କୀର୍ତିଭାସନ ,ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ,ଭଞ୍ଜନଗର , ଏସ.ଡ଼ି.ପି.ଓ. ଶ୍ରୀ ବିଶ୍ୱାମିତ୍ର ହରପାଲ , ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା,ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ କୁମାର ଶତପଥୀ, ଭଂଜନଗର ବି.ଡ଼ି ଓ.ଶଶିଭୂଷଣ ମହାପାତ୍ର, ,ଭଂଜନଗର ତହସିଲଦାର ଅଚ୍ୟୁତା ନନ୍ଦ ଯାନୀ,ବିଜ୍ଞାପିତ ଅଞ୍ଚଳ ଭଂଜନଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଶୁତୋଷ ଗୌରବ କର ,ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ ଭଗବାନ ପୂଜାରୀ ,ଡେପୁଟି କଲେକ୍ଟର ଶ୍ରୀ କଳାକାହ୍ନୁ ପ୍ରଧାନ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି ,ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର,ଏଷ୍ଟା ବ୍ଲିଶମେଣ୍ଟ ଅଫିସର ଶ୍ରୀ ଅନିଲ କୁମାର ପଣ୍ଡା,ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
