
ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଓକିଲ ସଂଘର ୨୦୨୦-୨୧ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ ହୋଇଯାଇଛି । ଏଥିରେ ବରିଷ୍ଠ ଓକିଲ ଗୋପାଳ କୃଷ୍ଣ ପ୍ରଧାନ ସଭାପତି ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ଅକ୍ଷୟ କୁମାର ସାହୁ, କୋଷାଦକ୍ଷ ଭାବେ ସୁଶାନ୍ତ କୁମାର ତ୍ରିପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବୈଦ୍ୟନାଥ ସାହୁ, ହରେକୃଷ୍ଣ ମହାପାତ୍ର ଓ ବିଜୟ କୁମାର ପାତ୍ର ନିର୍ବାଚିତ ହୋଇଥିବା ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଚିଠି ନମ୍ବର(୪୭/୨୦)ରେ ଉଲ୍ଲେଖ କରାଯାଇ ସୂଚନା ଦିଆଯାଇଛି । ନିର୍ବାଚିତ ହେବା ପରେ ସମସ୍ତ ସଦସ୍ୟ ପୂର୍ବ ପରିବାରର ମର୍ଯ୍ୟାଦା ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ସମସ୍ତ ବିକାଶ ମୂଳକ କାର୍ଯ୍ୟରେ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଛନ୍ତି ।
ରିପୋର୍ଟ : ନିଲୁ ବିଷୋୟୀ
