ଭଞ୍ଜନଗର (ସମୃଦ୍ଧ ଓଡିଶା) କୋରନା ମହାମାରୀ ଯୋଗୁଁ ସେବା ଯୋଗାଇ ଜୀବନ ଯୁଦ୍ଧରେ ହାରି ଯାଇଥିବା ଯୋଦ୍ଧାଙ୍କ ପାଇଁ ୧ ମିନିଟ ନିରବ ପ୍ରାଥନା କରିବା ସହ କୋରନା ଯୋଦ୍ଧାଙ୍କୁ ସମ୍ମାନ ଦେବା ଓ ଶପଥ ପାଠ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇ ଥିବା ଆହ୍ଵାନରେ ସାରା ରାଜ୍ୟରେ ଆଜି ସନ୍ଧ୍ୟା ୬ଟା ବେଳେ ଏହି କାଯ୍ୟକର୍ମ ଅନୁଷ୍ଠିତ ହୋଇ ଯାଇଛି । ସେହିପରି ଭଞ୍ଜନଗର ପୋଲିସ ପକ୍ଷରୁ ମଧ୍ୟ ଥାନା ପରିସରରେ ସାମାଜିକ ଦୂରତ୍ୱ ରକ୍ଷା କରି କୋରନା ଯୁଦ୍ଧରେ ସହିଦ ହୋଇଥିବା ଗଂଜାମ ଜିଲ୍ଲାର ୬ ଜଣ ପୋଲିସ କର୍ମଚାରୀଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ୨ମିନିଟ ନିରବ ପ୍ରାଥନା କରାଯାଇଥିଲା । ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଏସଆଇ ଲିତାରାଣୀ ପରିଡା, ଏସଆଇ ରାଜେଶ ପରିଡା ଓ ସମସ୍ତ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ସହିଦ ଯୋଦ୍ଧାଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ସହିତ ସୃତି ଚାରଣ କରିଥିଲେ ।
ରିପୋର୍ଟ : ନିଲୁ ବିଷୋୟୀ