

ଭଞ୍ଜନଗର (ସମୃଦ୍ଧ ଓଡିଶା) ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଓ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇ ଗଞ୍ଜାମ ଜିଲ୍ଲା କୋଭିଡ ମହାମାରୀ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଜିଲ୍ଲାରେ କୋରନା ସଂକ୍ରମଣ ସଂଖ୍ୟାରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୨୪ ତାରିଖରୁ ଅକ୍ଟୋବର ୧ ପର୍ଯ୍ୟନ୍ତ କୋଭିଡ ସପ୍ତାହ ପାଳନ କରାଯାଉଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲlଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳରେ ବିଭିନ୍ନ ପ୍ରକାରର ନୂତ୍ୟ ପରିବେଷଣ କରାଯାଇ ଜନସାଧାରଣଙ୍କୁ କୋରନା ସଚେତନତାର ବାର୍ତା ଦିଆଯାଇଛି । ସେହିପରି ଗତକାଲି ଭଞ୍ଜନଗର ବ୍ଲକ ପ୍ରଶାସନ ତରଫରୁ ବାଉଁଶଲୁଣ୍ଡି ପଞ୍ଚାୟତ, ସାନକୋଦଣ୍ଡା ପଞ୍ଚାୟତର ଯୋଗୀମାରି ଆଦି ବିଭିନ୍ନ ଗ୍ରାମରେ କଣ୍ଢେଇ ନୂତ୍ୟ ପରିବେଷଣ କରାଯାଇ ସମସ୍ତ ଗ୍ରାମବାସୀଙ୍କୁ କୋରନା ସଚେତନତାର ବାର୍ତା ଦିଆଯାଇଛି । କୋଭିଡ଼ ସପ୍ତାହ ନିମନ୍ତେ ଭଞ୍ଜନଗର ବ୍ଲକ ପ୍ରଶାସନର ଏଭଳି ନିଆରା ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।