ଭଞ୍ଜ ପାଲା କଳାକାର ସଂଘ ତରଫରୁ ଗଞ୍ଜାମ ଜିଲ୍ଲା ସ୍ତରୀୟ ପାଲା ଗାୟକ ସମ୍ମିଳନୀ ଅନୁଷ୍ଠିତ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅର୍ନ୍ତଗତ ରାମଗଡ ପଞ୍ଚାୟତର ଗଜପତି ନଗର ଠାରେ ଭଞ୍ଜ ପାଲା କଳାକାର ସଂଘ(ଗୁରୁଣ୍ଠି) ଗଞ୍ଜାମର ସପ୍ତମ ବାର୍ଷିକ ସମ୍ମିଳନୀ ଅବସରରେ ଏକ ଜିଲ୍ଲାସ୍ତରୀୟ ପାଲା ଗାୟକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହାକୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପୂର୍ବତନ ଉପବାଚଷ୍ପତି ରାମଚନ୍ଦ୍ର ପଣ୍ଡା ଏହି ସମ୍ମିଳନକୁ ଉଦଘାଟନ କରିଥିଲେ । ବିଶିଷ୍ଟ ଅତିଥି ରୂପେ ନୀଳାଚଳ ନିଖିଳଉତ୍କଳ ପାଲା ଗାୟକ ପରିଷଦର ସଭପତି ମଦନ ମୋହନ ଜେନା, ପୂର୍ବତନ ସଂପାଦକ ସୁଦର୍ଶନ ମହାପାତ୍ର, ଚଣ୍ଡେଶ୍ୱର ପାଲାକର୍ମୀ ସ୍ଥାୟୀ ସଭାପତି ରାମକର, ସଭାପତି ବିଜୟ ମହାପାତ୍ର, ଉପଦେଷ୍ଠା ବ୍ରଜବଳୟାର ସେଠି, ଭଞ୍ଜ ପାଲା କଳାକାର ଉପ ସଭାପତି ବଳରାମ ପଣ୍ଡା, ସଂପାଦକ ସୁଦର୍ଶନ ବେହେରା, ସଂପାଦକ ଭଞ୍ଜ ପ୍ରତିଭା-ରାଜ୍ୟ ଟ୍ରଷ୍ଟ ବୋର୍ଡ ସଭ୍ୟ ସତ୍ୟ ନାରାୟଣ ଗୌଡ଼ ଓ ବ୍ରଜବନ୍ଧୁ ବେହେରା ଅଂଶ ଗ୍ରହଣ କରିଥିଲେ । ଏଥିରେ ଗଞ୍ଜାମ ଜିଲ୍ଲାର ପାଲା ଗାୟକ ସତ୍ୟନାରାୟଣ ଗୌଡ଼, କେ. ରାମ ଚନ୍ଦ୍ର ପାତ୍ର ଓ ମୋହନ ବେହେରା ଗ୍ରୁଫ ସମେତ ୨୫ ରୁ ଉର୍ଦ୍ଧ୍ୱ ପାଲା ଗାୟକ ଗ୍ରୁଫ ଅଂଶ ଗ୍ରହଣ କରି ପରିବେଷଣ କରିଥିଲେ । ଏହା ଦେଖିବା ପାଇଁ ବହୁ ଲୋକଙ୍କ ଭିଡ ଜମିଥିଲା ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା