ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଂଗ ଓ ଓଡିଶା ଉପାନ୍ତ ଅଂଚଳରେ ବିଭିନ୍ନ ଚୋରି ଘଟଣାରେ ଜଣେ ଯୁବକ ଜିକେଭଟ୍ଟର ହସ୍ପିଟାଲରେ କେତେକ ଚୋରି କରିବା ଘଟଣାକୁ ନେଇ ସେଠାକାର କର୍ମଚାରୀମାନେ ଧରି ପୋଲିସରେ ଜିମା ଦେଇଛନ୍ତି । ଘଟଣାରୁ ପ୍ରକାଶ ଗତ କିଛି ଦିନ ତଳେ ହସ୍ପିଟାଲର ଜଣେ ନର୍ସ ରେଣୁବାଳା ସାହୁଙ୍କର ଏକ ଭେନିଟିି ବ୍ୟାଗ୍କୁ ଏହି ଯୁବକ ସେକ୍ ରାହେମତ୍ ହୋସେନ୍ ଚୋରି କରିଥିବାର ସିସି ଫୁଟେଜ୍ ଆଧାରରେ ଥାନାରେ ଅଭିଯୋଗ ହୋଇଥିଲା । ଗତ ସଂଧ୍ୟାରେ ପୁଣି ସେ ନର୍ସମାନଙ୍କ ଡ୍ୟୁଟି ରୁମରେ ପ୍ରବେଶ କରି ଟେବୁଲ ତଳେ ଲୁଚିଥିଲା । କାର୍ଯ୍ୟରତ ନର୍ସ ଏହା ଜାଣିପାରି ଚିତ୍କାର କରିବାରୁ ଉପସ୍ଥିତ ଥିବା ଲୋକେ ତାକୁ କାବୁ କରିଥିଲେ । ଏହି ଯୁବକକୁ ନର୍ସ ରେଣୁବାଳା ସାହୁ ଓ ଅନ୍ୟମାନେ ଚିହ୍ନଟ କରିଥିଲେ । ତାଙ୍କର ଭେନିଟି ବ୍ୟାଗ୍କୁ ଡାକବଂଗଳା ସମ୍ମୁଖରେ ନିର୍ମାଣାଧିନ ଏକ କୋଠାଘରୁ ପୋଲିସ୍ ଉଦ୍ଧାର କରିଛି । କିନ୍ତୁ ଏଥିରେ ଥିବା ୨୦୦୦ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଉଦ୍ଧାର ହୋଇପାରିନାହିଁ । ରାଜପୁର ଗାଁର ସେକ୍ ରାହେମତ୍(୩୪) ପୂର୍ବରୁ କେତେକ ଚୋରି ଘଟଣାରେ ସଂପୃକ୍ତ ଥିବା ପୋଲିସ୍ ପକ୍ଷରୁ ଜଣାଯାଇଛି । ଏ ସଂକ୍ରାନ୍ତରେ ୩୬/୧୪ ମୂଳେ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ।
ରିପୋର୍ଟ : ଭୂପତି କୁମର ପରିଡା