ଭବାନୀ ଭୋଇ ବିଜେପିର ଉପ ବାଚସ୍ପତି ପ୍ରାର୍ଥୀ : କାଲିକି ନିର୍ବାଚନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଉପବାଚସ୍ପତି ପଦବୀ ପାଇଁ ବିଜେପି ବିଧାୟକ ଭବାନୀ ଭୋଇ ମନୋନୀତ ହୋଇଛନ୍ତି । ତାଙ୍କର  ଉପବାଚସ୍ପତି ନାମାଙ୍କନ ପତ୍ର ଦାଖଲ ଅବସରରେ ବିଧାନସଭା ସଚିବଙ୍କ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ମଣ୍ତଳର ସଦସ୍ୟ ବୃନ୍ଦ ଏବଂ ବିଧାୟକଗଣ ଉପସ୍ଥିତ ରହିଥିଲେ । ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେବା ପରେ ଉପ ବାଚସ୍ପତି ପଦବୀଟି ଖାଲି ପଡ଼ିଥିଲା। ଆଜି ଭାରତୀୟ ଜନତା ପାର୍ଟି ତଳସରା ବିଧାୟକ ଭବାନୀ ଭୋଇଙ୍କୁ ଉପ ବାଚସ୍ପତି ପ୍ରାର୍ଥୀ କରିଛି। ବିଧାନସଭାରେ ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିଜେପି ଏହି ଘୋଷଣା କରିଛି। ବିଧାନସଭା ସଚିବଙ୍କ ପାଖରେ ଭବାନୀ ଆଜି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ଏ ପର୍ଯ୍ୟନ୍ତ ବିରୋଧୀ ବିଜେଡି ଉପବାଚସ୍ପତି ପାଇଁ କାହାକୁ ପ୍ରାର୍ଥୀ କରିନାହିଁ। ଆସନ୍ତାକାଲି ଅର୍ଥାତ ଜୁଲାଇ ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ରିପୋର୍ଟ : ରଜତ ମହାପାତ୍ର