ଜଳେଶ୍ୱର (ସମୃଦ୍ଧ ଓଡିଶା) ଆରୁହା ପଞ୍ଚାୟତର ଚକର୍ଜୁନୀ ଗ୍ରାମରେ ଶ୍ରୀମଦ୍ ଭାଗବତ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଛି । ୧୯୬୬ ମସିହାରୁ ଉକ୍ତ ଭାଗବତ ଟୁଙ୍ଗିରେ ପ୍ରତିବର୍ଷ ଜନ୍ମାଷ୍ଟମୀ, ରାଜପୂର୍ଣ୍ଣିମା, ପଞ୍ଚୁକବ୍ରତ, ହରିହାଟ, ନାମଯଜ୍ଞ, କୀର୍ତ୍ତନ ଓ ପ୍ରବଚନ କାର୍ଯ୍ୟକ୍ରମ ହୋଇ ଆସୁଛି । ଗ୍ରାମବାସୀମାନେ ନଗର ପରିକ୍ରମ କରିବା ସହିତ ସଂଧ୍ୟାରେ କାର୍ତ୍ତିକେଶ୍ୱର ପାତ୍ରଙ୍କ ସଭାପତିତ୍ୱରେ ଭାଗବତ ମହାପୁରାଣର ମହତ୍ୱ ସଂପର୍କର୍ରେ ବକ୍ତବ୍ୟ ରଖିଥିଲେ । ବିଶିଷ୍ଟ ନାଟ୍ୟକାର ପଦ୍ମଲାଭ ପ୍ରଧାନ ବକ୍ତବ୍ୟ ରଖିଥିଲେ । ସୁପରିଚାଳନା ଲେଲିନ୍ କୁମାର ପ୍ରଧାଙ୍କ ସଭାପତିତ୍ୱରେ ଏକ କମିଟି ଗଠନ କରାଯାଇଛି । ଉପସଭାପତି ଲକ୍ଷ୍ମୀଧର ଦେ, ସଂପାଦକ ଜଗନ୍ନାଥ ଚନ୍ଦ, ଉପ ସଂପାଦକ ମଞ୍ଜୁବାଲା ଭଞ୍ଜ, ଯୁଗ୍ମ କୋଷାଧ୍ୟକ୍ଷ ମଧୁସୂଦନ ପ୍ରଧାନ ଓ ଶରତଚନ୍ଦ୍ର ଦାସ ଓ ସଂଯୋଜକଭାବେ ଜଗନ୍ନାଥ ପାତ୍ର ମନୋନୀତ ହୋଇଛନ୍ତି । ଏହି ଅନୁଷ୍ଠାନକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା