ଭାଗିରଥି ମାଣ୍ଡାଙ୍ଗୀଙ୍କ ହତ୍ୟା ମାମଲା ସି.ବି.ଅଇଙ୍କୁ ହସ୍ତାନ୍ତର କରାଯାଉ : ଆପଲସ୍ୱାମୀ କଡ୍ରକା…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ସ୍ଥିତ ତେଜସ୍ୱି ହୋଟେଲ ରେ ଆଦିବାସୀ ମହାସଂଘ ତରଫରୁ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗୀଙ୍କୁ ୧୫/୧୨/୧୦ ଦିନ ଅପହରଣ କରି ନିର୍ମମ ହତ୍ୟା କରାଯାଇଥିଲା । ଯାହାକି ଆଜିକୁ ୮ବର୍ଷ ବିତିଲାଣି କିନ୍ତୁ ରାଜ୍ୟ ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ହତ୍ୟାକାରୀଙ୍କୁ ଜାଣିଲା ପରେ ମଧ୍ୟ ଗିରଫ କରାଯାଉନାହିଁ ବୋଲି ଆଦିବାସୀ ମହାସଂଘର ସଭାପତି ଆପଲସ୍ୱାମୀ କାଡ୍ରକା ପ୍ରକାଶ କରିଥିଲେ । ଯେଉଁମାନେ ଭାଗିରଥି ମାଣ୍ଡାଙ୍ଗିଙ୍କୁ ହତ୍ୟା କରିଛନ୍ତି । ସେମାନେ ଆଜିକା ଶାସକ ଦଳର ପଦ ପଦବୀ ରେ ରହିଛନ୍ତି । ତେଣୁ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଗିରଫ କରୁନାହାନ୍ତି । ଆଜିର ଦିନରେ ଭାଗିରଥି ମାଣ୍ଡାଙ୍ଗିଙ୍କ ପରିବାରକୁ ନ୍ୟାୟ  ଦିଆଗଲା ନାହିଁ । ଯେଉଁମାନେ ଷଡଯନ୍ତ୍ର କରି ହତ୍ୟା କରିଛନ୍ତି । ମୁଖ୍ୟ ଆସାମୀ ଆଜି ଜିଲ୍ଲା ପ୍ରଶାସନର ହାତ ମୁଠାରେ । ଆଜି ଦିନରେ ଭାଗିରଥି ମାଣ୍ଡାଙ୍ଗିଙ୍କ ଶ୍ରଦ୍ଧାଞ୍ଜଳିରେ ତାଙ୍କ ପରିବାରକୁ ଜିଲ୍ଲା ଆଦିବାସୀ ମହାସଂଘ ତରଫରୁ ମନବଳ ଦେବା ସହ ହତ୍ୟାକାରୀଙ୍କୁ ଗିରଫ କରିବା ସକାଶେ ଆଦିବାସୀ ମହାସଂଘ ଲଢେଇ ଜାରି ରଖିବ ବୋଲି ଆପଲ ସ୍ୱାମି କହିଛନ୍ତି । ରାଜ୍ୟ ପୋଲିସ ଏବଂ କ୍ରାଇମବ୍ରାଞ୍ଚଙ୍କୁ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ନଚେତ ଏହି କେଶକୁ ତୁରନ୍ତ ସି.ବି.ଅଇ କୁ ହସ୍ତାନ୍ତର କରାଯାଉ ବୋଲି ସଂଘ ସଭାପତି କଡ୍ରକା ସାଧାରଣ ସମ୍ପାଦକ ଜଗନ୍ନାଥ ମାଣ୍ଡାଙ୍ଗି, ଆବାହକ ବସନ୍ତ ଉଲୁକା ମତ ପ୍ରକାଶ କରିଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ