

ବ୍ରହ୍ମପୁର(ସମୃଦ୍ଧଓଡିଶା)ଲିଡ୍ ସ୍ମୋଟିଂ କ୍ଲବ୍ର ଆନୁକୁଲ୍ୟରେ ପ୍ରଥମ ଭାରତ ରତ୍ନ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମେମୋରିଆଲ୍ ଆନ୍ତଃରାଜ୍ୟ ଟି- ୨୦ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ସ୍ଥାନୀୟ ମହାତ୍ମାଗାନ୍ଧି ଷ୍ଟାଡ଼ିୟମ୍ ଠାରେ ଆଜି ଉଦଘାଟିତ ହୋଇଯାଇଛି। ଏହାକୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ, ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉଦଘାଟନ କରିଛନ୍ତି। ଅନ୍ୟତମ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ଶ୍ରୀ ନୀଳମଣି ବିଶୋଇ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଓ ଓଡ଼ିଶା ବାହାର ଦଳ ସହ ୧୨ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଏହାର ଫାଇନାଲ୍ ମ୍ୟାଚ୍ ତଥା ଉଦଯାପନି ଡ଼ିସେମ୍ବର ୨୫ ତାରିଖ ଦିନ ଯଥା ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ତିଥିରେ ରେ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟର ଅଧ୍ଯକ୍ଷ ତଥା ବ୍ରହ୍ମପୁର ବିଧାୟକ ଶ୍ରୀ କେ.ଅନିଲ୍ କୁମାରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ଉଦଘାଟନ ଉତ୍ସବରେ ବିଜେପି ର ବରିଷ୍ଠ ନେତା କାହ୍ନୁ ଚରଣ ପତି, ସରୋଜ ସାବତ ଟି.ଗୋପୀ, ନାରାୟଣ ପଣ୍ଡା, ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ , ବବିତା ପାତ୍ର, ବନମାଳୀ ସେଠି, ଶିଶିର ପାଢୀ, ପୀତବାସ ପଣ୍ଡା, ଶରତ ପଟ୍ଟନାୟକଙ୍କ ସମେତ ଲିଡସ କ୍ଲବର ତଥା ଆୟୋଜକ କମିଟିର ଅଧ୍ୟକ୍ଷ ଇଂ. ମନୋଜ ଦଣ୍ଡପାଟ, ପରାମର୍ଶଦାତା କାମେଶ୍ୱର ରାଓ ଉପସ୍ଥିତ ଥିଲେ l ଆଜିର ଉଦଘାଟନ ମ୍ୟାଚ ପ୍ରଗତି ସ୍ପୋଟିଙ୍ଗ କ୍ଲବ ବନାମ ସମ୍ବଲପୁର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ।