“ଭାରତର ସମ୍ବିଧାନ ଓ ଏହାର କାର୍ଯ୍ୟକାରିତା ବିଷୟରେ ଆଲୋଚନା ଚକ୍ର ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ “ଭାରତର ସମ୍ବିଧାନ ଓ ଏହାର କାର୍ଯ୍ୟକାରିତା ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ କିଶୋର୍ କୁମାର ବେହେରା ମହୋଦୟ ସଭାପତିତ୍ୱ ଗ୍ରହଣ କରିଥିଲେ, କାର୍ଯ୍ୟକ୍ରମକୁ ପ୍ରଥମେ ସଭାପତି ମହୋଦୟ ନିଜ କରକମଳରେ ମଙ୍ଗଳ ମୟ ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ l ଏହି ଆଲୋଚନା ଚକ୍ରରେ ପିପୁଲ୍ସ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ବିକାଶ କୁମାର କର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନା ଜଣାଇଥିଲେ l ଆଲୋଚନା ଚକ୍ରଟିର ମୁଖ୍ୟ ଆକର୍ଷଣ ଥିଲେ ମୁଖ୍ୟ ଅତିଥି ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରୋଫେସର ବିଷ୍ଣୁ ଚରଣ ଚୌଧୁରୀ l ପ୍ରୋଫେସର ଚୌଧୁରୀଙ୍କ ତେଜସ୍ଵ ଭାଷଣ ଛାତ୍ରଛାତ୍ରୀଙ୍କୁ ବିମୁଗ୍ଧ କରି ଦେଇଥିଲା l ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଭାବଗ୍ରାହୀ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ l ମହାବିଦ୍ୟାଳୟର ପ୍ରାଶାସନିକ କୋଷରକ୍ଷକ ଡଃ. ପିଙ୍କି ରାଣୀ ଦେଇ ଓ ଅଧ୍ୟାପକ ବରୁଣ କୁମାର ନାୟକ ପରିଚାଳନା କରିଥିଲେ l ଶୁରେସ ଚନ୍ଦ୍ର ବେହେରା ଉପସ୍ଥିତ ରହିଥିଲେ । ଏହି ଆଲୋଚନା ଚକ୍ରରେରେ ଅନ୍ୟାନ୍ୟ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଯୋଗଦେଇ ଉପଭୋଗ କରିଥିଲେ l ପରିଶେଷରେ ଛାତ୍ରୀ ରିଙ୍କି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଚକ୍ରପାଣି ପଲାଇ, ପ୍ରଶାନ୍ତ କୁମାର ଗଉଡ, ଦଣ୍ଡପାଣି ନାୟକ, ରଞ୍ଜନ ନାହକ, ପ୍ରତିଭା ସାହୁ ଓ ପ୍ରଥମ ବର୍ଷର ଛାତ୍ରୀ କିରନ ପ୍ରମୂଖ ସହଯୋଗ କରିଥିଲେ । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା